ଭୁବନେଶ୍ବର: କରୋନା ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି । ଫେବ୍ରୁଆରି ୧୦ରୁ ଯୁକ୍ତ ତିନି ତୃତୀୟ ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା । ଏ ସଂକ୍ରାନ୍ତରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଡ.ସାହୁଙ୍କ ସୂଚନା ଅନୁସାରେ, ପିଜିର ପ୍ରଥମ ସେମିଷ୍ଟାର ପରୀକ୍ଷା ୭ ଜୁନରୁ ୧୯ ଜୁନ ମଧ୍ୟରେ ଅନୂଷ୍ଠିତ ହେବ । ଜୁଲାଇ ୨୦ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟାର ଏବଂ ପଂଚମ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ରୁ ୩୦ ଯାଏଁ ହେବ । ୩୧ ମେ’ ରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
Related Stories
October 27, 2024
September 30, 2024