ବରଗଡ଼ (ରତ୍ନଗିରି ନ୍ୟୁଜ) : ପାଇକମାଳ ୧୮୯/ସିଆରପିଏଫ୍ ପକ୍ଷରୁ ଏକ ଜନ ସଂର୍ମ୍ପକ ଶିବିର କାର୍ଯ୍ୟକ୍ରମ ସ୍ଥାନିୟ ଏମି ସ୍କୁଲ ପଡିଆରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ୧୮୯/ ସିଆରପିଏଫ ର କମାଣ୍ଡେଡ ଯୋଗେନ୍ଦ୍ର ସିଂ ମୋରିୟା , ଡେପୁଟି କମାଣ୍ଡେଡ ବିନୋଦ ଟଣ୍ତନ,ଦେବାଶିଶ ସାହୁ, ଆସିଷ୍ଟାଣ୍ଟ କମାଣ୍ଡେଡ ସୁରେଶ କୁମାର, ପାଇକମାଳ ସରପଞ୍ଚ୍ ଧବଳେଶ୍ବରଷାହୁ, ମିଠାପାଲି ସରପଞ୍ଚ୍ଶହଦେବ ଧରୁଆ ପ୍ରମୁଖ ଉପସ୍ଥିତ ଥିଲ। ବର୍ତ୍ତମାନ ସିଆରପିଏଫ ତରଫରୁ କରାଯାଉଥିବା ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହିତ ଯଦି କୌଣସି ଲୋକର ନିଜର ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ଅସୁବିଧା ହେଉଥାଏ କି ଚିକିତ୍ସା ଦରକାର ଥାଏ ବା ଯେ କୌଣସି ସମସ୍ୟା ଥାଏ ତେବ ସିଆରପିଏଫ କୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି ।
ଦେଶର ପ୍ରତେକ ଦୁଖି ଦରିଦ୍ର ଓ ଅସହାୟ ନାଗରିକ ପର୍ଯନ୍ତ ସିଆରପିଏଫ ପହଂଚିବାର ଲକ୍ଷ ଥିବା ମୂଖ୍ୟ ଅତିଥି ଶ୍ରୀ ମୋରିୟା କହିଛନ୍ତି । ପାଇକମାଳ ପଞ୍ଚାୟତ ଓ ମିଠାପାଲି ପଞ୍ଚାୟତ ର ୫୪ ଜଣ ଅସହାୟଙ୍କୁ ସୋଲାର ଲାଇଟ ଓ ପାଣି ଟାଙ୍କି ପ୍ରଦାନ କରିଥିଲେ । ଶେଷରେ ଦିଲ୍ଲିପ ସିଂ ମିନା ଧନ୍ୟବାଦ ଅର୍ପଣ କରିଥିଲେ ।