ବରଗଡ଼ : ପାଇକମାଳ ବରିଷ୍ଠ ନାଗରିକ ସଂଘ ର ଏକ ଜରୁରୀ ବୈଠକ ନୃସିଂହନାଥ ଧର୍ମଶାଳା, ପାଇକମାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ନନ୍ଦଲାଲ ପ୍ରସାଦ ତ୍ରିବେଦୀ ସଭାପତିତ୍ୱ କରିଥିଲେ । ବୈଠକ ରେ ପାଇକମାଳ ଅଂଚଳ ୫ ଟି ସମସ୍ୟା ଉପରେ ପୋଲିସ, ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପାଇକମାଳ ଅଂଚଳ ରେ ସଟ୍ଟା ଖେଳି ଲୋକ ସର୍ବ ସ୍ୱାନ୍ତ ହେଉଥିବା ରୁ ସଟ୍ଟା ଖେଳ କୁ ପୋଲିସ ବନ୍ଦ କରିବା,ପାଇକମାଳ ରେ ଛତୁ ଫୁଟିଲା ଭଳି ଖୋଲା ଯାଇଥିବା କୁଚିଆ ମଦ ଭାଟି ଗୁଡିକୁ ବନ୍ଦ କରାଯିବା,ପାଇକମାଳ ଲୋକଙ୍କୁ ବିଶୁଦ୍ଧ ପାଇପ ପାଣି ଯୋଗାଇବା,ବସ୍ତି ପ୍ଲଟ ରେ ଦୀର୍ଘ ଦିନ ଧରି ଘର କରି ବାସ କରୁଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଦେବା,ସରକାରୀ ଜାଗା କୁ କବ୍ଜା କରୁଥିବା ଜମି ମାଫିଆ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଓ ସୁଚାରୁ ରୂପେ ନିଜ ଦାୟିତ୍ୱ ନିର୍ବାହ କରୁଥିବା ପାଇକମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ମେହେର ଙ୍କ ବଦଳି ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି । ସହ ସମ୍ପାଦକ ତପନ ବଢ଼େଇ ଓ ବରିଷ୍ଠ ସଭ୍ୟ ରାଧେଶ୍ୟାମ ମେହେର, ନିଲାମ୍ବର ରାଉତ, ଟିକିଲାଲ ବେହେରା,ତପନ ବଢେଇ, ଦଶରଥ ଦାସ, ପ୍ରିତବାସ ମେହେର,ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଆସନ୍ତା ଏକୋଇସି ତାରିଖ ଦିନ ଧର୍ମଶାଳା ରେ ପୁଣି ବୈଠକ ହେବ ବୋଲି ସଂଘ ର ସମ୍ପାଦକ ଭାଗ୍ୟଧର ସାହୁ ସୂଚନା ଦେବା ସହ ଧନ୍ୟବାଦ ଦେଇଥିଲେ ।
Related Stories
November 14, 2024