ବରଗଡ଼ (ରତ୍ନଗିରି ନ୍ୟୁଜ) : ପାଇକମାଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନାଗରିକ କମିଟି ର ଏକ ବୈଠକ ପାଇକମାଳ ଧର୍ମଶାଳା ଠାରେ ଅପରାହ୍ନ ୪ଟା ନନ୍ଦଲାଲ ପ୍ରସାଦ ତ୍ରୀବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଂପାଦକ ନିଳମଣି ପଣ୍ତା ବୈଠକ ଉଦ୍ଦେଶ ଉପସ୍ଥାନ କରିଥିଲେ ।ପାଇକମାଳ ବଜାର ମଧ୍ୟ ଦେଇ ଯାଇଥିବା ବିଜୁଏକ୍ସପ୍ରେସୱେ ଯୋଗୁଁ ଶିବ ମନ୍ଦିର ଉଚ୍ଚେଦ ହେଉଥିବାରୁ ନୁତନ ମନ୍ଦିର ନିର୍ମାଣ ଓ ପରଚାଳନା ନିମନ୍ତେ ବିସଦ ଭାବରେ ଆଲୋଚନା କରାଯାଇଥିଲା । ମନ୍ଦିର ପରିଚାଳନ ଓ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ଏକ କମିଟି ଗଠନ କରାଗଲା । କମିଟି ରେ ବିନୋଦ କାଲିଆ ସଭାପତି, ଲିଙ୍ଗରାଜ ମିଶ୍ର ଉପ ସଭାପତି, ସୁବ୍ରତ ସାହୁ ସଂପାଦକ, ମହେସ ଅଗ୍ରୱାଲ କୋଷାଧ୍ୟକ୍ଷ ଓ ସୁରେଶ କୁମାର ଅଗ୍ରୱାଲ ସହ ସଂପାଦକ ସର୍ବ ସମତିକ୍ରମେ ମନୋନିତ କରାଗଲା । ଉପଦେଷ୍ଟା କମିଟି ପାଇଁ ଜଗମୋହନ ତ୍ରିବେଦି, ରୋହିତ ମିଶ୍ର, ଶୁଶିଲ ଅଗ୍ରୱାଲ, ନନ୍ଦଲାଲ ପ୍ରସାଦ ତ୍ରୀବେଦୀ, ଗୟାଧର ପ୍ରଧାନ, କୁସୁମ ରାଓ, ବଡ ସତପଥୀଙ୍କୁ ମନୋନିତ କରାଗଲା । ଶିବ ମନ୍ଦିର ନିର୍ମାଣ ସ୍ଥାନ ନିରୁପଣ, ରାସ୍ତା ଚିହ୍ନଟ ସହ ପାଣ୍ଠି ସଂଗ୍ରହ ନିମନ୍ତେ ସ୍ଥାନିୟ ତହସିଲଦାର ଓ ଉପଜିଲ୍ଲାପାଳ ପଦ୍ମପୁରଙ୍କୁ ନିର୍ମାଣ କମିଟି ର କର୍ମକତା ସାକ୍ଷାତ କରି ଯଥାଶିଘ୍ର କାର୍ଯ୍ୟ ଆଗେଇ ନେବା ସହ ଉକ୍ତ କାର୍ଯ୍ୟ ପରେ ଶିବ ମନ୍ଦିର କୁ ଅସ୍ଥାୟି ଭାବେ ସ୍ଥାନାନ୍ତରିତ କରାଯିବ ।ପାଇକମାଳ ବଜର ମଧ୍ୟରେ ପ୍ରତି ଦିନ ଛୋଟ ବଡ ଦୃର୍ଘଟଣା ଘଟୁଥିବାରୁ ରାସ୍ତା ମଧ୍ୟରେ ଡିଭାଇଡର ନିର୍ମାଣ ପାଇଁ ବିଭାଗିୟ କତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରାଯାଇଥିଲେ ହେଁ ଡିଭାଇଡର ନିର୍ମାଣ କରାଯାଇ ନଥିବାରୁ ଆଉ ଥରେ ଅବଗତ କରିବା ପାଇଁ ପ୍ରସ୍ତାବ ନିଆଗଲା ।ପାଇକମାଳ ବଜାର ମଧ୍ୟରେ ଷ୍ଟ୍ରଟ ଲାଇଟ ଲଗାଇବା ସହ ଘର କୁ ଘର ସ୍ବଚ୍ଚ ପାନୀୟ ଜଳ ଯୋଗାଣ ପାଇ ପଦକ୍ଷପ ନେବାକୁ ସରପଞ୍ଚ୍ ଧବଳେଶ୍ବର ସାହୁଙ୍କୁ ଅନୁରୋଧ କରାଗଲା । ପାଇକମାଳ ବଜରମଧ୍ୟରେ ଥିବା କିଛି ଦୋକାନି ଦୋକାନ ଆଗରେ ଜମିଥିବା ଆବର୍ଜନାକୁ ରାସ୍ତା ମଝିରେ ଗଦା କରୁଛନ୍ତି । ଫଳରେ ମଝି ରାସ୍ତା ଆବର୍ଜନା ଜମି ରହୁଛି । ଏପରି କାର୍ଯ୍ୟରୁ ନିବୃତ ରହିବା ପାଇଁ ଦୋକାନିକୁ ସଚେତନ କରିବା ଦାୟୁତ୍ବ ବ୍ୟବସାୟୀ ସଂଘର ସଭାପତି ଓ ସଂପାଦକ ଙ୍କୁ ଦାୟୁତ୍ବ ଦିଆଗଲା । ସରପଞ୍ଚ୍ ଏକ ଇ ଅଟୋ କିଣି ଆର୍ବଜନା ସଫାରେ ନିୟୋଜିତ କରିବେ ବୋଲି ପ୍ରତିସୃତି ଦେଇଥିଲେ । ପାଇକମାଳ ଦେଇ ଯାଉଥିବା ଯାତ୍ରୀବାହି ବସ ବଜାର ମଧ୍ୟରେ ଅଟକୁ ଥିବାରୁ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବାରୁ ଗାଡି ଗୁଡିକୁ ବସ ଷ୍ଟାଣ୍ତ ମଧ୍ୟରେ ରହଣି ପାଇଁ ପଦକ୍ଷପ ନେବାକୁ ନାଗରିକ କମିଟି ର କର୍ମକତା ପାଇକମାଳ ଥାନା ଆଇଆଇଚି ବିଶ୍ବଜିତ୍ ମନବୋଧଙ୍କ ସହ ଆଲୋଚନା କରିଥିଲେ । ବିନୋଦ କାଲିଆ ଧନ୍ୟବାଦ ଦେଇଥିଲେ ।ଏଥିରେ ଜନସାଧାରଣ, ବ୍ୟବସାୟୀ ସଂଘ ଓ ଅନ୍ୟାନ ସଂଘର କର୍ମକତାମାନେ ଯୋଗଦାନ କରିଥିଲେ ।
Related Stories
November 14, 2024