ବରଗଡ(ରତ୍ନଗିରି ନ୍ୟୁଜ୍) : ପାଇକମାଳ ବ୍ଳକ ସଭାଗୃହରେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ବରଗଡ ପକ୍ଷରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଲତାପ ମହମ୍ମଦଙ୍କ ସଭାପତିତ୍ବରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାଦେବ ବେହେରା ତାଲିମ ଦେଇଥିବା ବେଳେ ଏବିଡିଓ ଭିଷ୍ମ ମାଝୀ,ସିଡିପିଓ ସନ୍ତୋଷିନୀ ଗିରି,ବିଇଓ ଚୂଡାମଣି ବାରିକ,ଏବିଇଓ ଜନକଲାଲ ମେହେର, ଅଙ୍ଗନୱାଡ଼ି ସୁପରଭାଇଜର, ଅଙ୍ଗନୱାଡ଼ି କର୍ମୀ, ବ୍ଳକ ସ୍ତରୀୟ ଶିଶୁ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟା, ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଯୋଗ ଦେଇ ତାଲିମ ନେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ସମିତିରୁ ସୁରେନ୍ଦ୍ର ଦାସ, ଜୟନ୍ତି ହିୟାଲ, ଅଙ୍କିତା ନାହକ, ସନ୍ତୋସିନି ମହାପାତ୍ର, ଶିଶୁ ଅଧିକାର, ଶିଶୁ ସୁରକ୍ଷା, ବାଲ୍ୟ ବିବାହ, ପୋଷ୍ୟ ସନ୍ତାନ ଗ୍ରହଣ ସମନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପାଇକମାଳ ସରପଞ୍ଚ୍ ଧବଳେଶ୍ବର ସାହୁ ଗ୍ରାମ ପଞ୍ଚାୟତ ସ୍ତର କମିଟି କୁ ସୁଦୃଢ଼ କରି ଶିଶୁମାନଙ୍କ ଅଧିକାର ଓ ସୁରକ୍ଷାକୁ ଗୁରୁତ୍ବ ଦେବା ସହ ବାଲ୍ୟ ବିବାହ ରୋକିବାକୁ ଆହ୍ବାନ ଦେଇଥିଲେ । ଶେସରେ ଶିଶୁ ସୁରକ୍ଷା ସମିତିର ବବିତା ରାଉତ ଧନ୍ୟବାଦ ଦେଇଥିଲେ ।
Related Stories
November 14, 2024