ବରଗଡ : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତିର୍ଥ କ୍ଷେତ୍ର ନୃସିଂହନାଥ ପିଠକୁ କୋଭିଡ ୧୯ ମହାମାରି ଯୋଗୁଁ ଗତ ୨୦୨୦ ମାର୍ଚ୍ଚ ମାସ ୧୭ ତାରିଖ ଠାରୁ ମନ୍ଦିର କୁ ଶ୍ରଦ୍ଦାଳୁଙ୍କ ଯିବା ଉପରେ କଟକଣା ଯାରି କରାଯାଇଥିବା ବେଳେ ୧୧ମାସ ପରେ ବୁଧବାର ଠାରୁ ହରି ହର ପଙ୍ଗତ ଭୋଗ ମିଳିଲା। କୋଭିଡ ୧୯ ମହାମାରି ଭୟାବହତା କମିବା ପରେ ଜାନୁଆରୀ ୧୪ ତାରିଖ ଦିନ ସର୍ବସାଧାରଣ ପାଇଁ ମନ୍ଦିର ଖୋଲା ଯାଇଥିଲେ ମଧ୍ୟ ଭକ୍ତମାନେ କୋଭିଡ ୧୯ ନିୟମକୁ ମାନି ମନ୍ଦିର ଦ୍ବାର ରୁ ନୃସିଂହମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ । ରାଜ୍ୟ ସରକାରଙ୍କ ୪ଜଣ ପ୍ରମୁଖ ସଚିବ ଫେବୃୟାରି ୩ ତାରିଖ ଗ୍ରସ୍ତ ପରେ ବରଗଡ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ନିର୍ଦ୍ଦେଷ କ୍ରମେ ୪ ତାରିଖ ଠାରୁ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ ପାଇଁ ଅନୁମତି ମିଳିଥିଲା । ଏଥି ମନ୍ଦିରର ଚାଳଧାର, ଭିମଧାର, ପଞ୍ଚୁପାଣ୍ଡବ ଆଦି ସ୍ଥାନ ମାନଙ୍କୁ ଯିବାର ଅନୁମତି ମିଳିଥିଲା । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ମନ୍ଦିର ସେବାୟତ ସହ ଆଲୋଚନା ପରେ ଆଜି ଠାରୁ ମହାପ୍ରଭୁଙ୍କ ନିକଟରେ ୧୨ଟରେ ଭୋଗ ଲାଗିହେଲା ପରେ ମନ୍ଦିର ପରିସର ଥିବା ସମସ୍ତ ଭକ୍ତମାନଙ୍କୁ ଉକ୍ତ ପ୍ରସାଦ ବଣ୍ଟନ କରାଯାଇଛି । ଉକ୍ତ ପ୍ରସାଦକୁ ହରିହର ପଙ୍ଗତ ନାମ ସମସ୍ତ ଜାଣନ୍ତି । କୋଭିଡ କଟକଣା ଦିନରୁ ଏହା ବନ୍ଦ ରହିଛି ।ମନ୍ଦିର ସୁଜ୍ଞାନ୍ତ ତ୍ରିପାଠୀ , ମଧୁସୂଦନ ତ୍ରିପାଠୀ , ମନମିତ ପୁରୋହିତ , ନରସିଂହ ହୋତା , ସତ୍ୟ ପୁରୋହିତ , ଆଜାଦ ମାଝୀ, ବିଶ୍ବମ୍ବର ମୁଣ୍ତ, ବିଷ୍ଣୁ ପସାୟତ, ଜ୍ୟାକି ସରାଫ ପଣ୍ଡିତ ସୁଜ୍ଞାନ୍ତ ତ୍ରିପାଠୀ ପ୍ରମୁଖ ଭୋଗ ବଣ୍ଟନ ରେ ସହଯୋଗ କରିଥିଲା । କାର୍ଯନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ୧୧ମାସ ହେଲା ବିକ୍ରି ହେଉଥିବା ଅନ୍ନ ଭୋଗ ମଧ୍ୟ ବନ୍ଦ ରହିଛି । ଇତି ମଧ୍ୟରେ ପୁରି ମନ୍ଦିର ଅବଢା ବିକ୍ରୟର ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ ନୃସିଂହନାଥ ମନ୍ଦିରରେ ଆଜି ଠାରୁ ହରିହର ପଙ୍ଗତ ଚାଲୁ ପରେ ବିକ୍ରୟ ଅନ୍ନ ଭୋଗ ର ବ୍ୟବସ୍ତା ଯଥା ଶିଘ୍ର କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।
Related Stories
November 14, 2024