ବଲାଙ୍ଗୀର : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତିର୍ଥ କ୍ଷେତ୍ର ନୃସିଂହନାଥ ପିଠକୁ କୋଭିଡ ୧୯ ମହାମାରି ଯୋଗୁଁ ଗତ ୨୦୨୦ ମାର୍ଚ୍ଚ ମାସ ୧୭ ତାରିଖ ଠାରୁ ମନ୍ଦିର କୁ ଶ୍ରଦ୍ଦାଳୁଙ୍କ ଯିବା ଉପରେ କଟକଣା ଯାରି କରାଯାଇଥିଲା । ପୂଜକମାନେ ପୂଜା କାର୍ଯ୍ୟ ତୁଲାୁ ଥିଲେ । କୋଭିଡ ୧୯ ମହାମାରି ଭୟାବହତା କମିବା ପରେ ଜାନୁଆରୀ ୧୪ ତାରିଖ ଦିନ ସର୍ବସାଧାରଣ ପାଇଁ ମନ୍ଦିର ଖୋଲା ଯାଇଥିଲେ ମଧ୍ୟ ଭକ୍ତମାନେ କୋଭିଡ ୧୯ ନିୟମକୁ ମାନି ମନ୍ଦିର ଦ୍ବାର ରୁ ନୃସିଂହମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ।
ରାଜ୍ୟ ସରକାରଙ୍କ ୪ଜଣ ପ୍ରମୁଖ ସଚିବ ଫେବୃୟାରି ୩ ତାରିଖ ଗ୍ରସ୍ତ ପରେ ବରଗଡ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ନିର୍ଦ୍ଦେଷ କ୍ରମେ ୪ ତାରିଖ ଠାରୁ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ ପାଇଁ ଅନୁମତି ମିଳିଥିଲା । ଏଥି ମନ୍ଦିରର ଚାଳଧାର, ଭିମଧାର, ପଞ୍ଚୁପାଣ୍ଡବ ଆଦି ସ୍ଥାନ ମାନଙ୍କୁ ଯିବାର ଅନୁମତି ମିଳିଥିଲା । ମହାପ୍ରଭୁଙ୍କ ନିକଟରେ ୧୨ଟରେ ଭୋଗ ଲାଗିହେଲା ପରେ ମନ୍ଦିର ପରିସର ଥିବା ସମସ୍ତ ଭକ୍ତମାନଙ୍କୁ ଉକ୍ତ ପ୍ରସାଦ ବଣ୍ଟା ଯାଇଥାଏ । ଉକ୍ତ ପ୍ରସାଦକୁ ହରିହର ପଙ୍ଗତ ନାମ ସମସ୍ତ ଜାଣନ୍ତି । କୋଭିଡ କଟକଣା ଦିନରୁ ଏହା ବନ୍ଦ ରହିଛି । ଏଥି ସହ ବିକ୍ରି ହେଉଥିବା ଅନ୍ନ ଭୋଗ ମଧ୍ୟ ସେହି ଦିନରୁ ବନ୍ଦ ରହିଛି । ଇତି ମଧ୍ୟରେ ପୁରି ମନ୍ଦିର ଅବଢା ବିକ୍ରୟର ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ ନୃସିଂହନାଥ ମନ୍ଦିର ରେ ହରିହର ପଙ୍ଗତ ଭୋଗ ସହ ବିକ୍ରୟ ଅନ୍ନ ଭୋଗ ର ବ୍ୟବସ୍ତା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।