ବରଗଡ଼(ରତ୍ନଗିରି ନ୍ୟୁଜ) : ଶ୍ରୀ ଶ୍ରୀ ନୃସିଂହ ନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର , ପାଇକମାଳ ପରିସରରେ ଶୁକ୍ରବାର ଦିନ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଅଧ୍ୟକ୍ଷା ପ୍ରଫେସର ଡ଼ଃ କ୍ଷୀରାବ୍ଧୀ ତନୟା ରାଉତ୍ ରାୟ ଏହାକୁ ଉଦଘାଟନ କରିଥିଲେ । ବକ୍ରାମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟାଧିକାରୀ ଡ଼ଃ ସୌମ୍ୟ ରଞ୍ଜନ ଦାଶଙ୍କ ସହ ପଦ୍ମପୁ ରକ୍ତଭଣ୍ଡାର ର ଅଧିକାରୀ ମାନେ ଉପସ୍ଥିତ ରହି ଏହାର ପରିଚାଳନା କରିଥିଲେ । ଶଲାକ୍ୟ ବିଭାଗ ମୁଖ୍ୟ ପ୍ରଫେସର ଡ଼ଃ ସୁରେନ୍ଦ୍ର କୁମାର ପଟେଲ ପ୍ରଥମେ ରକ୍ତଦାନ କରି ଏହାର ଶୁଭାରମ୍ଭ କରିଥିଲେ । କୃପାସିନ୍ଧୁ ଭୋଇ ଆୟୁର୍ବେଦ ଚିକିତ୍ସାଲୟର ଅଧିକ୍ଷକ ଡ଼ଃ ଜଗନ୍ନାଥ ନାଇଡୁ ଏହାର ସଂଚାଳନ କରିଥିଲେ । ମହାବିଦ୍ୟାଳୟର ୨୮ ଜଣ ଡାକ୍ତର , କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ ।
Related Stories
October 2, 2024