ନବୀନ ଚନ୍ଦ୍ର ସରକାରୀ ବିଦ୍ୟାପୀଠର ବାର୍ଷିକ ଉତ୍ସବ

ବରୀ (ରତ୍ନଗିରି ନ୍ୟୁଜ) : ନବୀନ ଚନ୍ଦ୍ର ସରକାରୀ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ମହେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଉତ୍ସବରେ ପୂର୍ବତନ ସିଆରସିସି ମକରଧ୍ଵଜ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ସ୍ୱାଗତ୍ ଅଭିଭାଷଣ ଓ ଶିକ୍ଷୟିତ୍ରୀ ସ୍ନିଗ୍ଧାରାଣୀ ଜେନା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ l

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ଯ ଅଶୋକ କୁମାର ସାମଲ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ୟାରୀମୋହନ ଏକାଡେମୀର ପୂର୍ବତନ ପ୍ରଧାନ ଶିକ୍ଷକ ମକର ଚରଣ ଘଡାଇ , ସମ୍ମାନିତ ଅତିଥି ଭାବେ ବରୀ ମଣ୍ଡଳ ଶିକ୍ଷା ଅଧିକାରୀ ଭିକାରୀ ଚରଣ କବି, ପୂର୍ବତନ ପ୍ରଧାନ ଶିକ୍ଷକ ବଳରାମ ପଣ୍ଡା, ଧାରପୁର ସରପଞ୍ଚ କୁନା ମଲ୍ଲିକ, କୋରେଇ ମଣ୍ଡଳ ସହ ଶିକ୍ଷାଧିକାରୀ ବିଜୟ କୁମାର ମଲିକ, ପୁଷ୍ପଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ସାମଲ, ଶିଶୁ ସାହିତ୍ୟିକ ଡକ୍ଟର ଅଜୟ କୁମାର ଜେନା, ପୂର୍ବତନ ସରପଞ୍ଚ ବିଜୟାନନ୍ଦ ଜେନା, ପୂର୍ବତନ ସମିତି ସଭ୍ୟ ବିପିନ ବିହାରୀ ଦାସ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଗଠନ କିପରି ହୋଇପାରିବ ସେ ସମ୍ପକରେ ବକ୍ତବ୍ୟ ପ୍ରଧାନ କରିଥିଲେ I

କାଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁଦୀପ୍ତ କୁମାର ଜେନା, ବାବନ ଚନ୍ଦ୍ର ଜେନା, ଶରତ ଚନ୍ଦ୍ର ଘଡ଼ାଇ, ଶିକ୍ଷୟତ୍ରୀ କବିତା ସେଠି ପ୍ରମୁଖ ପରିଚାଳନା କରିଥିଲେ I ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ସଂକୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଡକ୍ଟର ପ୍ରମୋଦ କୁମାର ଦାସଙ୍କ ନିର୍ଦେଶିତ ସମୟ ସୁଅରେ ମଣିଷ ନାଟକ ପରିବେଷଣ ବେଶ ଚିତାକର୍ଷକ ହୋଇଥିଲା I ବିଦ୍ୟାଳୟ ତରଫରୁ ଏହାର ପ୍ରତିଷ୍ଠାତା ସ୍ବର୍ଗତ ନବୀନ ଚନ୍ଦ୍ର ଦାସଙ୍କ ନାତି ଆଶିଷ କୁମାର ଦାସଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିବା ବେଳେ ବାର୍ଷିକ କ୍ରୀଡାର ପୁରସ୍କାର ମଧ୍ୟ ଅତିଥି ମାନେ ପ୍ରଦାନ କରିଥିଲେ I

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *