ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) : ନନ୍ଦନକାନନରେ ଚାଲିଛି କଣ ? ପଶୁପକ୍ଷୀ ଆମଦାନୀ ଠାରୁ ଯୋଜନା-ଅଣଯୋଜନା ଖର୍ଚ୍ଚ ପର୍ଯ୍ୟନ୍ତ । ସବୁଠି କେଳେଙ୍କାରୀର ଗଦାଗଦା ପୋଥି-ପ୍ରମାଣ । ଲଗାତାର ୭ ଦିନ ହେବ ନ୍ୟୁଜ୍ ସେଭେନ୍ ମଧ୍ୟ ଏନେଇ ଖବର ପ୍ରସାରଣ କରିଆସୁଛି । ଆଜିର ସେଭ୍ ନନ୍ଦନକାନନ ସେଗମେଣ୍ଟରେ ପର୍ଯ୍ୟଟକଙ୍କ ସହ କେମିତି ହେଉଛି ଅବହେଳା ତାହା ଉପରେ ନଜର ପକାଇବା। ନନ୍ଦନକାନନରେ ଚାଲିଛି କଣ ? ପଶୁପକ୍ଷୀ ଆମଦାନୀ ଠାରୁ ଯୋଜନା-ଅଣଯୋଜନା ଖର୍ଚ୍ଚ ପର୍ଯ୍ୟନ୍ତ । ସବୁଠି କେଳେଙ୍କାରୀର ଗଦାଗଦା ପୋଥି-ପ୍ରମାଣ । ଲଗାତାର ୭ ଦିନ ହେବ ନ୍ୟୁଜ୍ ସେଭେନ୍ ମଧ୍ୟ ଏନେଇ ଖବର ପ୍ରସାରଣ କରିଆସୁଛି । ଆଜିର ସେଭ୍ ନନ୍ଦନକାନନ ସେଗମେଣ୍ଟରେ ପର୍ଯ୍ୟଟକଙ୍କ ସହ କେମିତି ହେଉଛି ଅବହେଳା ତାହା ଉପରେ ନଜର ପକାଇବା।ସେହିପରି ରୋପ୍ ୱେର ଭାଗ୍ୟ ମଧ୍ୟ ଶୂନ୍ୟରେ ଝୁଲୁଛି । ୧୯୯୪ରେ ଏହି ବ୍ୟବସ୍ଥାକୁ କଲିକତାର ଏକ ଘରୋଇ କମ୍ପାନୀ ପ୍ରଚଳନ କରିଥିଲା । ସବୁକିଛି ଠିକଠାକ ଚାଲିବା ସହ ବମ୍ଫର କଲେକ୍ସନ ହେଉଥିଲା । ୨୦୧୦ ଅକ୍ଟୋବରରେ ପ୍ରଥମେ ଦୁର୍ଘଟଣା ଘଟିବା ପରେ ୨୦୧୧ରେ ଦ୍ବିତୀୟ ଥର ମଧ୍ୟ ପୁରୁଣା ଭୁଲର ପୁନରାବୃତ୍ତି ଘଟିଥିଲା । ୨୦୧୬ରେ ଏହାକୁ ନୂଆ ଭାବେ ପ୍ରଚଳନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ କଲିକଲାର ଏକ ଘରୋଇ କମ୍ପାନୀକୁ ନିର୍ମାଣ ଦାୟିତ୍ବ ମିଳିଥିଲା । ଚୁକ୍ତି ଅନୁଯାୟୀ ୨୦ କୋଟି ଖର୍ଚ୍ଚରେ ୨୦୧୮ ମସିହାରେ ଏହା ଶେଷ ହେବାର ଥିଲା । ଅନେକ କାରଣ ଦର୍ଶାଇ ଆଜି ପର୍ଯ୍ୟନ୍ତ ରୋପ ୱେ ଚଳାଚଳ ହୋଇପାରିନାହିଁ । ଗୋଟିଏ ପଟେ ଖୁଆଡ଼ ଖାଲି, ଅନ୍ୟ ପଟେ ଦଳଭର୍ତ୍ତି କାଞ୍ଜିଆ ହ୍ରଦ । ଆଉ ଏବେ ଅଚଳ ରୋପ ୱେ ଓ ଟୟ ଟ୍ରେନ । ତେଣୁ ପୃଷ୍ଠା ଓଲଟିଲେ ନୂଆ କାହାଣୀ ପରି ନନ୍ଦନକାନନରେ ଅବ୍ୟବସ୍ଥା ଓ ଦୁର୍ନୀତିର ଏଭଳି ଦୃଶ୍ୟ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ ସ୍ଥିତି ବେଶ ସାଙ୍ଘାତିକ ।
Related Stories
November 14, 2024