ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ୍) : ରାଜ୍ୟ ସରକାର ବିଭିନ୍ନ ବ୍ୟବସାୟୀ ସଂସ୍ଥାକୁ ଖୋଲିବା ପାଇଁ ଅନୁମତି ଦେଇଥିବା ବେଳେ ଦୋଳି ଓ ମୀନା ବଜାର ବ୍ୟବସାୟୀଙ୍କ ପ୍ରତି ଅବିଚାର କରିଛନ୍ତି l କରୋନା କାୟା ସାଙ୍ଗକୁ ବର୍ଷେ ହେବ ଦୋକାନ ବଜାର ବନ୍ଦ ରହିଥିବାରୁ ଏହି ଦୋଳି ଓ ମୀନା ବଜାର ବ୍ୟବସାୟୀ ମାନେ ଅନେକ୍ କ୍ଷତିରେ ରହିଛନ୍ତି l ଏବେ ସବୁ ସ୍ୱାଭାବିକ ହେଉଥିବା ବେଳେ ସରକାର ତାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି l ତେଣୁ ସେମାନଙ୍କୁ ଅନୁମତି ଦେବା ପାଇଁ ଦାବି କରିଛି ସଂଘ l ଆଜି ଠାରୁ ଭୁବନେଶ୍ବର ଲୋୟର ପିଏମଜି ରେ ଏହି ବ୍ୟବସାୟୀ ମାନଙ୍କ ପକ୍ଷରୁ ଅନଶନ ଓ ଗଣଧାରଣା ଅନୁଷ୍ଠିତ ହେଉଛି l ସରକାର ସେମାନଙ୍କ ଦାବି ନିଶୁଣିଲେ ମରିବୁ ପଛେ ଏଠାରୁ ଫେରିବୁ ନାହିଁ ବୋଲି ସଂଘ ପକ୍ଷରୁ ସମ୍ପାଦକ ଅନନ୍ତ ଚରଣ ସାହୁ କହିଛନ୍ତି l
Related Stories
November 14, 2024