ଭୁବନେଶ୍ୱର (ବ୍ୟୁରୋ): ଫୁଲନଖରା ର ଲକ୍ଷେଶ୍ୱର ହାଇସ୍କୁଲ ରେ ପାଠ ପଢିଥିବା 1994 ମସିହା ମାଟ୍ରିକ ବ୍ୟାଚ ପିଲା ମାନଙ୍କର ବନ୍ଧୁ ମିଳନ ଉସ୍ଵବ ଗତ ରବିବାର ଦିନ ରାଜ୍ୟର ପ୍ରସିଧ ଶୈବ ପୀଠ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ଶିବ ମନ୍ଦିର ପରିସରରେ ପାଳନ ହୋଇ ଯାଇଛି । ଏହିପରି ପରିପ୍ରେକ୍ଷୀରେ ସମସ୍ତ ବନ୍ଧୁ ମାନଙ୍କ ଆନ୍ତରିକ ସହଯୋଗୀତା ଓ ଉପସ୍ତିତ ଉଦ୍ୟମରେ ଆୟୋଜିତ ସଭା ମାଧ୍ୟମରେ ହଜି ଯାଇଥିବା ଅଭୁଲା ସ୍ମୃତିକୁ ମନେ ପକାଇ ଆନନ୍ଦ ଓଲ୍ହାସ ସହ ସମସ୍ତ ସଦସ୍ୟ ନିଜର ମନକଥା ପରିବ୍ୟକ୍ତ କରିଥିଲେ । ନିଜର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପାଇଁ ଆଜି ସମାଜର ମୁଖ୍ୟ ସ୍ରୋତରେ ସେମାନେ ନିଜକୁ ପ୍ରତିପାଦନ କରିଛନ୍ତି ବୋଲି ଏହି ବ୍ୟାଚ ର ସଦସ୍ୟ ତଥା ଜଣାଶୁଣା କଳାକାର ଭାବେ ବେଶ ସୁପ୍ରସିଦ୍ଧି ଲାଭକରିଥିବା ପ୍ରସନ ବିଶ୍ୱାଳ କହିଛନ୍ତି ।
ସେମାନଙ୍କ ପାଠ ପଢ଼ୁଥିବା ସମୟର ଯେଉଁ ଶିକ୍ଷକ ମାନେ ଆଜି ଏ ଦୁନିଆରେ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା ମାଧ୍ୟମରେ ନିଜର ସମବେଦନା ଜଣାଇ ଏକ ନୂତନ ଚିନ୍ତାଧାରା ଗଠନ କରିଥିଲେ ଏହି ବ୍ୟାଚ ର ସଦସ୍ୟ ଓ ସଦସ୍ୟା ମାନେ ପରିଶେଷରେ ଆୟୋଜିତ ବଣ ଭୋଜି ର ନିଆରା ମଜା ନେଇ ଏକ ପଂକ୍ତି ଭୋଜନ ର ମଜା ନେଇ ନିଜର ସପରିବାର ସହ ପ୍ରତ୍ୟାଗମନ କରିଥିଲେ ।
Related Stories
November 14, 2024