ଯାଜପୁର (ରତ୍ନଗିରି ନ୍ୟୁଜ) : ବରୀ ବ୍ଲକର ବାଲିଆ ଗ୍ରାମ ପଂଚାୟତ ତରଫରୁ ଦଳିତ ସମାଜ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ବିଶିଷ୍ଟ ଶିକ୍ଷାବିତ ଦୁର୍ଯ୍ୟୋଧନ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ କୋଣାନୁ କୋଣରୁ ଦଳିତ ନେତୃବର୍ଗ ଯୋଗଦାନ କରିଥିଲେ । ବାଲିଆ ଗ୍ରାମ ପଂଚାୟତ ସରପଞ୍ଚ ପ୍ରବିର କୁମାର ଜେନାଙ୍କ ଆୟୋଜନରେ ପ୍ରାୟୋଜିତ ଏହି ସଭାରେ ବିଶିଷ୍ଟ ସାହିତ୍ୟିକ, କବି ତଥା ସମାଜସେବୀ ଶରତ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସଭିଙ୍କୁ ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା କୁ ଆହ୍ୱାନ ଦେଇଥିଲେ । ଆମ୍ବେଦକରଙ୍କ ରଚିତ ସମ୍ବିଧାନ ବିୁଶ୍ୱର ଅଦ୍ୱିତୀୟ ସମ୍ବିଧାନ । ଯେଉଁ ସମ୍ବିଧାନର ବିକଳ୍ପ ନାହିଁ ବୋଲି ମୁଖ୍ୟ ଅତିଥି ମତ ପୋଷଣ କରିଥିଲେ । ସମାଜରେ ସେହିଦିନ ଜାତି ପ୍ରଥା ଉଠିଯିବ ଯେଉଁଦିନ ଦଳିତ ସମାଜ ଶିକ୍ଷାର ବିକାଶରେ ନିଜକୁ ବ୍ରତୀ କରାଇ ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିବ ବୋଲି ମୁଖ୍ୟ ପ୍ରବକ୍ତା ଡା. ଉମାକାନ୍ତ ମଲ୍ଲିକ ନିଜର ମୁଲ୍ୟବାନ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ରାଜ୍ୟ ନେତୃତ୍ୱ ରବିନ୍ଦ୍ର କୁମାର ମଲ୍ଲିକ, ସମ୍ମାନୀତ ବକ୍ତା ଅଭିମନ୍ୟୁ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ କାଇପଡା ସରପଂଚ ସମୀର କୁମାର ମଲ୍ଲିକ, ରମାକାନ୍ତ ମଲ୍ିକ, ଦୁଶ୍ମନ୍ତ କୁମାର ଜେନା , ଗୋବର୍ଦ୍ଧନ ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ମଲ୍ଲିକ, ଶଙ୍କର ସେଠୀ, କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ନିଜର ଅବିଭାଷଣରେ ବାବା ସାହେବ ଆମ୍ଭେଦକର ସମଗ୍ର ବିଶ୍ୱର ବିରଳ ବ୍ୟକ୍ତିତ୍ୱ ବୋଲି ଅଭିହିତ କରିଥିଲେ । ଯୁବ ନେତା ହିମାଂଚଳ ଜେନା, କୁମାର ପ୍ରଧାନ, ପପୁ ଜେନା ଆଦିଙ୍କ ସଂଚାଳନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ବ ହୋଇ ଶତାଧିକ ଦଳିତ ବର୍ଗଙ୍କୁ ବାଲିଆ ଗ୍ରାମ ପଂଚାୟତ ତରଫରୁ ସମ୍ବର୍ଦ୍ଧନା ପତ୍ର ସହିତ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ବାଲିଆ ଗ୍ରାମ ପଂଚାୟତ ସମାଜର ବିଭିନ୍ନ ବର୍ଗଙ୍କୁ ଏହି ପରି ସମ୍ବର୍ଦ୍ଧନା ପ୍ରଦାନ କରି ଏକ ନିଆରା ଉଦାହରଣ ସମାଜରେ ସୃଷ୍ଟି କରିବା କଥା ସଭାସଦ୍ ମାନେ ଉଦ୍ଘୋଷଣ କରିଥିଲେ ।
Related Stories
November 14, 2024