ବରଗଡ଼ (ସୌମ୍ୟରଞ୍ଜନ ମାଝୀ) : ତୈଳ ଦର ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଡାକରାରେ ସୋମବାର ପାଇକମାଳ ମୂଖ୍ୟ ଛକ ଠାରେ କର୍ମୀମାନେ କେନ୍ଦ୍ର ସରକାର ବିରୋଧରେ ଶ୍ଲୋଗାନ ଦେଇଥିଲେ ।
ପାଇକମାଳର ସମସ୍ତ ଦୋକାନ ବଜାର ସରକାରି ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଏଠାରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିନୋଦ କାଲିଆ, ବିନୋଦ ବିଶ୍ବାଳ, ପ୍ରାଣବନ୍ଧୁ ଦାଶ, ଅଶ୍ବିନି ପଟେଲ, ବୈବସୁତ ପ୍ରଧାନ, ଭଗବାନ ସାହୁ, ସାଦେବ ସାହୁ, ଉପସ୍ଥିତ ଥିବା ବେଳେ ମାଣ୍ଡୋସିଲ ବସଷ୍ଟାଣ୍ଡର କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୋଧ ସ୍ଳୋଗାନ ଦେଇ ବିରୋଧ କରିଥିଲେ। ଏଥିରେ ମହେନ୍ଦ୍ର ଖୁଣ୍ଟିଆ,ଗୁଲାପ ବିଶ୍ବାଳ, ଶତ୍ରୁଘ୍ନ ପଟେଲ, ରାଜେଶ ମହାନନ୍ଦ, ଅନିଲ ଦାସ,ଲିଙ୍ଗ ମାଝୀ,ଚନ୍ଦନ ଗୁର୍ଲା,ଲଖି ମେହେର,ମାନସ ନାୟକ ସମେତ କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିଥିଲେ।