ନୂଆଦିଲ୍ଲୀ: ଚାଇନାର ଅନେକ ଆପ୍କୁ ଭାରତରେ ବ୍ୟାନ କରାଯିବା ପରେ ଦେଶୀୟ ଜ୍ଞାନ କୌଶଳରେ ତିଆରି ଚାଲିଛି ଆପ୍ । ଭାରତରେ ବିଦେଶୀ ସୋସିଆଲ ମିଡିଆ ଆପ୍ଗୁଡ଼ିକର ବିକଳ୍ପ ଖୋଜା ଦୀର୍ଘ ସମୟରୁ ଚାଲିଆସୁଛି। ଏବେ ‘koo’ ଆପ୍ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି। ଦେଖା ଯାଉଛି ଏହି ଆପ୍ ପ୍ରତି ମଧ୍ୟ ଆଗ୍ରହ ବୃଦ୍ଧି ପାଇବାରେ ଲାଗୁଛି ।ସୋସିଆଲ ମିଡିଆ ୟୁଜରମାନେ ବି ଏହି ଆପ୍କୁ ବେଶ୍ ପସନ୍ଦ କରିଛନ୍ତି। ଏପରି କି କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ବି koo ଆପ୍ରେ ନିଜର ଆକାଉଣ୍ଟ ଖୋଲି ସମର୍ଥନ ଜଣାଇଛନ୍ତି।
ସେପଟେ ହ୍ବାଟସଆପକୁ ଟକ୍କର ଦେବା ପାଇଁ କେନ୍ଦ୍ର ସରକାର ଏକ ମେସେଜିଂ ଆପ୍ ‘ସନ୍ଦେଶ’ ଲଞ୍ଚ ହୋଇଛି । ତେବେ ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ। ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ୨୦୨୦ ମସିହାରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ଘୋଷଣା କରିଥିଲେ ଯେ, ଖୁବ୍ ଶୀଘ୍ର ଆମେ ହ୍ବାଟସଆପକୁ ଟକ୍କର ଦେଲା ଭଳି ଏକ ଆପକୁ ଆପ୍ ଲଞ୍ଚ କରିବୁ। ଯାହା ବର୍ତ୍ତମାନ ମଧ୍ୟ ଦୃଶ୍ୟମାନ ହୋଇଛି। ଅଫିସିଆଲ୍ ୱେବସାଇଟ୍ GIMS.gov.in ପରିଦର୍ଶନ କରି ଆପଣ ଏହି ଆପ୍ ବିଷୟରେ ସୂଚନା ପାଇପାରିବେ।