ବରଗଡ଼( ସୌମ୍ୟରଞ୍ଜନ ମାଝୀ ): ପାଇକମାଳ ବ୍ଳକ ଜାମସେଠ ଓମ ଷ୍ଟୋନ କ୍ରସର ପରିସରରେ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଏକ କଳସ ଶୋଭାଯାତ୍ରା ବାହାରି ସ୍ଥାନୀୟ ଅଙ୍ଗନଦୀରୁ ଜଳ ଆଣି କଳସ ସ୍ଥାପନ କରିଥିଲେ । ଶ୍ରୀଶ୍ରୀ ହନୁମାନ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉପଲକ୍ଷେ ଅଖଣ୍ଡ ଅଷ୍ଟ ପ୍ରହରୀ ନାମଯଜ୍ଞ ହୋଇଥିଲା। କର୍ତା ଭାବରେ ଲକ୍ଷ୍ମଣ ସାହୁ, ଧର୍ମପତ୍ନୀ କାନ୍ତିଲତା ସାହୁ ଓ ଶତ୍ରୁଘ୍ନ ସାହୁ, ଧର୍ମପତ୍ନୀ ଜୟନ୍ତୀ ସାହୁ ଥିବା ବେଳେ ମୁଖ୍ୟ ପୂଜକ ଭାବେ ସୁବଳ ପଣ୍ଡା ତାଙ୍କ ସହାୟତା କରିବା ପାଇଁ କିଶୋର ଦାଶ,ପଞ୍ଚାନନ ମିଶ୍ର,ଦେବରାଜ ପଣ୍ଡା, ରାଜେନ୍ଦ୍ର ତ୍ରିପାଠୀ, ଘନଶ୍ୟାମ ପାଢି, ପ୍ରଫୁଲ୍ଲ ଦାଶ, ସନ୍ତୋଷ ପାଢୀ, ସୁବାଷ ଚନ୍ଦ୍ର ପାଢୀ,ଦିଲ୍ଳୀପ ଦାଶ,ପ୍ରତ୍ୟୁଶ ପାଣ୍ଡିଆ,ହିର ମହାପାତ୍ର,ଗୌରାଙ୍ଗ ସାହୁ ଓ ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ।ଏଥିରେ ଜାମସେଠ,କେଛୋବାହାଲ,ବିଜାଢୋଲ,ମଖନାମୁଣ୍ଡା,ଛିନ୍ଦପାଣି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମସ୍ତଙ୍କ ପାଇଁ ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା । ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
Related Stories
May 13, 2024
February 14, 2024