ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବାର ମଜା ଟିକିଏ ନିଆରା । କିନ୍ତୁ ଏହାକୁ ଖାଇବା ସହିତ ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଗ୍ରୀଷ୍ମ ଦିନରେ ଶକ୍ତିଶାଳୀ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଟ୍ୟାନ୍ ଏବଂ ସ୍କିନ୍ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ । ତେଣୁ ଏଥିପାଇଁ ଆପଣ ତରଭୁଜରୁ ସ୍ୱତନ୍ତ୍ର ଜେଲ୍ ପ୍ରସ୍ତୁତ୍ କରି ବ୍ୟବହାର କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତ୍ ଏବଂ ବ୍ୟବହାର…
ଆବଶ୍ୟକ ସାମଗ୍ରୀ :
୩ ବଡ ଚାମଚ ତରଭୁଜ ରସ
୧ ବଡ ଚାମଚ କାକୁଡି ରସ
୩ ବଡ ଚାମଚ ଏଲୋଭେରା ଜେଲ
୧ଟି ଭିଟାମିନ୍ ଇ କ୍ୟାପସୁଲ୍
ପ୍ରସ୍ତୁତ ପ୍ରଣାଳୀ :
୧. ସର୍ବପ୍ରଥମେ, ତରଭୁଜରୁ ମଞ୍ଜି ବାହାର କରି ଗ୍ରାଇଣ୍ଡିଙ୍ଗ କରି ତାହାର ଜୁସ୍ ବାହାର କରନ୍ତୁ ।
୨. ଠିକ୍ ସେହିପରି କାକୁଡିର ମଧ୍ୟ ଜୁସ ବାହାର କରନ୍ତୁ ।
୩. ଏକ ପାତ୍ରରେ ତରଭୁଜ ଏବଂ କାକୁଡି ରସକୁ ଛାଣନ୍ତୁ ।
- ଅବଶିଷ୍ଟ ଉପାଦାନଗୁଡିକ ମିଶାଇ ତାହା ଲାଲ୍ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ ।
୫. ପ୍ରସ୍ତୁତ ଜେଲକୁ ଏକ ପାତ୍ରରେ ଷ୍ଟୋର କରି ଫ୍ରିଜ୍ ରେ ରଖନ୍ତୁ ।
ବ୍ୟବହାର କରିବାର ଉପାୟ :
୧. ସର୍ବପ୍ରଥମେ ମୁହଁକୁ ଫେସ୍ ୱାସରେ ଧୋଇ ଦିଅନ୍ତୁ ।
୨. ତାପରେ ଏହି ଜେଲ୍ କୁ ହାଲୁକା ଭାବରେ ମସାଜ କରନ୍ତୁ ।
୩. ୧୦ ମିନିଟ୍ ରଖିବା ପରେ ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ ।
୪. ଆପଣ ଚାହିଁଲେ ଏହାକୁ ରାତିରେ ମଧ୍ୟ ଲଗାଇ ପାରିବେ ।
ତରଭୁଜ ଜେଲ ଲଗାଇବାର ଫାଇଦା :
– ଏହାକୁ ଲଗାଇବା ଦ୍ୱାରା ସନ୍ ଟ୍ୟାନ୍ ସମସ୍ୟାରୁ ମୁକ୍ତି ମିଳିଥାଏ ।
– ଗରମ କାରଣରୁ ଅଧିକ ଝାଳ ବାହାରିବାର ସମସ୍ୟା ରହିଥାଏ । ତରଭୁଜ ଏଥିରୁ ମୁକ୍ତିଦେବା ସହିତ ପୂରା ଦିନ ସତେଜ ଅନୁଭବ କରାଇଥାଏ ।
– ମୁହଁରେ ପଡୁଥିବା ଦାଗ, ରିଙ୍କଲ୍, ବ୍ଲାକ୍ ହେଡ୍ ସଫା କରିଥାଏ ।
– ମୁଖ ବ୍ରଣ ସମସ୍ୟା ଦୂର କରିଥାଏ ।