ଢେଙ୍କାନାଳ(ରତ୍ନଗିରି ନ୍ୟୁଜ) : ନିଜ ପତ୍ନୀ ପାଇଁ ଜହ୍ନ ରାଇଜରେ ଜଗା କିଣି ଏବେ ଚର୍ଚ୍ଚାରେ ଢେଙ୍କାନାଳ ସହରର କାରିଗର ସାହିର ଯୁବ ସଫ୍ଟୱେୟାର୍ ଇଞ୍ଜିଜିନିୟର ମହମ୍ମଦ ସାଜନ୍ ନିଜ ଧର୍ମପତ୍ନୀ ନାଜିଆ ଇପ୍ତେଫାରଙ୍କୁ ଏମିତି ଏକ ଅପୂର୍ବ ଉପହାର ଦେଇଛନ୍ତି ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଜନ୍ ନିଜ ପତ୍ନୀଙ୍କୁ ଜହ୍ନରେ ପାଞ୍ଚ ଏକର ଜାଗା କିଣି ଉପହାର ଦେଇଛନ୍ତି ।ଏହି ଜାଗା କିଣିବାକୁ ମହମ୍ମଦ ସାଜନ୍ ମୋଟ ୫୧୯ ଆମେରିକୀୟ ଡଲାର୍ ଖର୍ଚ୍ଚ କରିଥିଲେ । ଗତ ବର୍ଷ ଜୁନ ମାସ ବେଳକୁ ପ୍ରତି ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୭୨ ଟଙ୍କା ଥିଲା । ତେଣୁ ତାଙ୍କୁ ଏଥି ପାଇଁ ୩୭,୩୬୮ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । ମାତ୍ର ୨୦୨୫ ପରେ ପୁଣି ଏହି ଚୁକ୍ତିକୁ ତାଙ୍କୁ ନବୀକରଣ କରିବାକୁ ହେବ ।
ତାଙ୍କର ଏହି ଟଙ୍କା ନାସା ମାଧ୍ୟମରେ ଶିଶୁଙ୍କ ମଙ୍ଗଳ କାମରେ ଲାଗୁଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ସାଜନ୍ ।ଜହ୍ନରେ ଜାଗା କିଣିବା ପାଇଁ ଗତ ବର୍ଷ ଜୁନ୍ ମାସରେ ମହମ୍ମଦ ସାଜନ୍ ଲୁନା ସୋସାଇଟି ଇଣ୍ଟରନ୍ୟାସନାଲ୍ ନିକଟରେ ଅନଲାଇନରେ ଏକ ଆବେଦନ କରିଥିଲେ । ବିବାହ ପରେ ପତ୍ନୀ ନାଜିଆଙ୍କ ପ୍ରଥମ ଜନ୍ମ ଦିନରେ ତାଙ୍କୁ ଏକ ସରପ୍ରାଇଜ୍ ଗିଫ୍ଟ ଦେବା ପାଇଁ ଏମିତି ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା ।
ଗତ ବର୍ଷ ଫେବୃଆରୀ ୧୬ ତାରିଖରେ ଉଭୟ ବିବାହ କରିଥିଲେ । ନାଜିଆଙ୍କ ଜନ୍ମ ଦିନ ଜୁନ୍ ୨୯ ତାରିଖରେ ଥିବାରୁ ଚାରି ମାସ ପୁର୍ବରୁ ମହମ୍ମଦ ସାଜନ୍ ଜହ୍ନରେ ଜାଗା କିଣିବା ପାଇଁ ଆବେଦନ କରିଥିଲେ । ମାତ୍ର କରୋନା ଯୋଗୁଁ ଅନଲାଇନରେ ଜାଗାର ପ୍ରମାଣପତ୍ର ଆସିବାରେ ବିଳମ୍ବ ହୋଇଥିଲା ଏବେ ଏହି ପ୍ରମାଣପତ୍ର ଆସିବା ପରେ ପତ୍ନୀଙ୍କ ଖୁସି କହିଲେ ନସରେ ।