ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ): କିସ୍ ରଗ୍ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲ୍କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏକାଦଶ ଦାଦା ସାହେବ ଫାଲ୍କେ ଫିଲ୍ମ ଫେଷ୍ଟିଭଲ ୨୦୨୧ ଅବସରରେ ଜୁରୀ ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜଙ୍ଗଲ କ୍ରାଏକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିସ୍ର ୧୨ଜଣ ଛାତ୍ରଙ୍କୁ ନେଇ ଗଠିତ କିସ୍ ରଗ୍ବୀ ଦଳ ୨୦୦୭ରେ ଇଂଲଣ୍ଡରେ ଯେଭଳି ୧୪ବର୍ଷରୁ କମ୍ ଆନ୍ତର୍ଜାତୀୟ ରଗ୍ବୀ ଚାମ୍ପିଅନ୍ ହେଲେ ତା ଉପରେ ଏକ ନିଛକ ପ୍ରେରଣାଦାୟୀ ସତ୍ୟ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ହେଉଛି ‘ଜଙ୍ଗଲ କ୍ରାଏ’ । ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଗଢ଼ି ଉଠିଥିବା କିସ୍ ଅନୁଷ୍ଠାନ ଶିକ୍ଷା, କ୍ରୀଡ଼ା ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ୨୦୦୫ ମସିହାରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସରେ ରଗ୍ବୀକୁ ସୁଯୋଗ ଦେଇଥିଲେ । ୨୦୦୭ରେ କିସ୍ର ୧୨ ଛାତ୍ରଙ୍କୁ ନେଇ ଗଠିତ ଭାରତୀୟ ୧୪ବର୍ଷରୁ କମ୍ ରଗ୍ବୀ ଦଳ ଆନ୍ତର୍ଜାତିକ ରଗ୍ବୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଲଂଲଣ୍ଡରେ କିସ୍ ରଗ୍ବୀ ଦଳ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବିଶ୍ୱ ଚାମ୍ପିଅନ୍ ହୋଇଥିଲା । ଏହା ଥିଲା କିସ୍ ରଗ୍ବୀ ସଫଳତାର ପ୍ରଥମ ସୋପାନ । ଯାହା ଏବେ ଜଙ୍ଗଲ କ୍ରାଏ ଚଳଚିତ୍ରର କାହାଣୀ ହୋଇଛି ।ସୁଯୋଗ ମିଳିଲେ କୌଣସି କାର୍ଯ୍ୟ ଅସାଧ୍ୟ ରହେ ନାହିଁ ନାହିଁ ଏବଂ କ୍ରୀଡ଼ା ଓ ଶିକ୍ଷା ଜରିଆରେ ଦାରିଦ୍ର୍ୟ ଦୂରୀକରଣ ସହ ଛାତ୍ରଛାତ୍ରୀଙ୍କୁ ଦେଶ ଗଠନରେ ବ୍ରତୀ କରିଥାଏ ବୋଲି ‘ଜଙ୍ଗଲ କ୍ରାଏ’ ଚଳଚ୍ଚିତ୍ର ରେ ଦର୍ଶାଯାଇଛି । ଭୌଗୋଳିକ, ସାଂସ୍କୃତିକ ଓ କୌଶଳଗତ ବାଧାବିଘ୍ନକୁ ଜନଜାତି ପିଲାମାନେ ସାହସର ସହ ଅତିକ୍ରମ କରି ବିଶ୍ୱ ଚାମ୍ପିଅନ୍ ହେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜଙ୍ଗଲ କ୍ରାଏର ସଫଳତାରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଯୋଜକ ପ୍ରଶାନ୍ତ ସାହ ଓ ନିର୍ଦ୍ଦେଶକ ସାଗର ବାଲାରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ଚଳଚ୍ଚିତ୍ର ଚୟନକାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
Related Stories
June 9, 2022