ନୂଆଦିଲ୍ଲୀ :ଘରୋଇକରଣକୁ ବିରୋଧ କରି ସରକାରୀ ବ୍ୟାଙ୍କର କର୍ମଚାରୀମାନେ ଦୁଇ ଦିନ ପାଇଁ ହରତାଳ କରିବାକୁ ଧମକ ଦେଇଛନ୍ତି । ଏହି କାରଣରୁ ଲଗାତାର ଚାରିଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ସୂଚନା ମୁତାବକ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୍ ଅଧିବେଶନରେ ଦୁଇଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ସରକାରୀ ବ୍ୟାଙ୍କର କର୍ମଚାରୀମାନଙ୍କ ସଂଗଠନ ୧୫ ଏବଂ ୧୬ ତାରିଖରେ ହରତାଳ କରିବା ନେଇ ଘୋଷଣା କରିଛନ୍ତି । ଏହା ପୂର୍ବରୁ ୧୩ ମାର୍ଚ୍ଚ ଏହି ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ଏବଂ ୧୪ ତାରିଖ ରବିବାର ହୋଇଥିବାରୁ ବ୍ୟାଙ୍କ ଏମିତିରେ ବି ବନ୍ଦ ରହିବ । ତେଣୁ ଲଗାତାର ଚାରିଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିବା ଜଣାପଡ଼ିଛି ।
ବ୍ୟାଙ୍କ ୟୁନିୟନ୍ର କେନ୍ଦ୍ରୀୟ ସଂଗଠନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ଏହି ହରତାଳର ଘୋଷଣା କରିଛନ୍ତି । ଘରୋଇକରଣକୁ ନେଇ କର୍ମଚାରୀମାନଙ୍କ ମଧ୍ୟରେ ଏକ ପ୍ରକାର ଡର ସୃଷ୍ଟି ହୋଇଛି । ଛୋଟ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟାଙ୍କ ପର୍ଯ୍ୟନ୍ତ ଘରୋଇକରଣରେ ସାମିଲ୍ ହୋଇପାରନ୍ତି । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି ।
Related Stories
November 14, 2024