ବରଗଡ : ପାଇକମାଳ ବ୍ଲକ୍ ଅନ୍ତର୍ଗତ ପୁରେନା ଗ୍ରାମର ଗନ୍ଧମାର୍ଦନ ସୁରକ୍ଷା ଆନ୍ଦୋଳନର କର୍ମୀ ବିଷ୍ଣୁ ଭୋଇଙ୍କ ପ୍ରାୟ ୮୧ ବର୍ଷ ବୟସରେ ପରଲୋକ ହୋଇଯାଇଛି।ସ୍ବର୍ଗତ ଭୋଇ ନିଜ ପୁଅ ନାମରେ ପାଇଥିବା ପ୍ରଧାନ ମନ୍ତ୍ରୀ ଘର ତିଆରି ନିମନ୍ତେ ପୁରୁଣା ଘରର ମାଟି କାନ୍ଥକୁ କୋଡୁ ଥିବା ବେଳେ କାନ୍ଥ ଟି ତାଙ୍କୁ ଚାପି ଦେଇ ଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆମ୍ବୁଲେନ୍ସ ଯୋଗେଁ ପଦ୍ମପୁର ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ବାଟରେ ମୃତ୍ୟୁ ବରଣ କରିଥିଲେ । ସ୍ବର୍ଗତ ଭୋଇ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର ବୈଠକରେ ଯୋଗ ଦେବାସହ ତାଙ୍କୁ ପରିଷଦ ଦ୍ଵାରା ସମ୍ମାନିତ ମଧ୍ୟ କରାଯାଇଥିଲା।ସେ ଜଣେ ଭାଗବତ ପ୍ରେମୀ ଥିଲେ ।ତାଙ୍କ ଉଦ୍ୟମ ଓ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଙ୍କ ଉଦ୍ୟମରେ “ଶ୍ରୀ ଶ୍ରୀ ଭଗବାନ ଭାଗବତ ଟୁଙ୍ଗୀ” ନାମରେ ଏକ ଭାଗବତ ଟୁଙ୍ଗୀ କରାଯାଇ ପ୍ରତହ୍ୟ ଭାଗବତ ପୁରାଣ ପାଠ କରାଯାଉଥିଲା।ଆଜି ତାଙ୍କ ଅନ୍ତିମ ସଂସ୍କାର ଅଙ୍ଗ ନଦୀ କୂଳରେ କରାଯାଇଥିଲା।ତାଙ୍କ ପରଲୋକରେ ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦର କାର୍ଯ୍ୟାଳୟ ସମ୍ପାଦକ ଦୁର୍ଯୋଧନ ପୁଟା, ୱାଡମେମ୍ବର ନରସିଂହ ଡନସନା ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଅନ୍ତିମ ସଂସ୍କାର ରେ ଯୋଗ ଦାନ କରିଥିଲେ।ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ପୁର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ଧିରେନ୍ ମହାନ୍ତି ଶେଷ ଦର୍ଶନ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପୁର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସମେତ ପରିଷଦ ର ଆବାହକ ଦିଲୀପ ବେହେରା ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
Related Stories
October 27, 2024
September 30, 2024