ନୂଆଦିଲ୍ଲୀ: କୋଭିଡ୍-୧୯ ଟୀକାକରଣ ପାଇଁ କେନ୍ଦ୍ର ସରକାରଙ୍କର କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ବେଳେ ହିତାଧିକାରୀମାନଙ୍କ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି। ଏସଂପର୍କରେ ଶୁକ୍ରବାର ଲୋକସଭାକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଚୌବେ ଏହା କହିଛନ୍ତି। କୋ-ୱିନ ପୋର୍ଟାଲ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରି ସେ କହିଛନ୍ତି ଯେ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି), ଭାରତ କାର୍ଯ୍ୟାଳୟର ସହଯୋଗରେ ଏହା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି।
Related Stories
November 14, 2024