ନୂଆଦିଲ୍ଲୀ/ଭୁବନେଶ୍ବର: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ନିକଟରେ ରବିବାର ରାତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲୋଖାଏଁ ଅନୁକମ୍ପାମୂଳକ ରାଶି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅନୁକମ୍ପାମୂଳକ ରାଶିକୁ ଅନୁମୋଦନ କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ନ୍ୟାସନାଲ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରର ସଦସ୍ୟଙ୍କୁ ଏହି ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ । ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ଲାଗି ପ୍ରଦାନମନ୍ତ୍ରୀ ୫୦ ହଜାର ଟଙ୍କା ଲେଖାଏଁ ଅନୁମୋଦନ କରିଛନ୍ତି।
Related Stories
November 14, 2024