ନୂଆଦିଲ୍ଲୀ : ଭାରତରେ ସର୍ବ ପ୍ରଥମେ କୋଭିଡ-୧୯ ଭାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଆବେଦନ କରିଥିବା ଫାଇଜର୍ ଏବେ ମନ ବଦଳାଇ ଦେଇଛି । ଆମେରିକାର ଏହି ଫାର୍ମା କମ୍ପାନୀ ଭାରତରେ ଦାଖଲ କରିଥିବା ଆବେଦନ ଫେରସ୍ତ କରିନେଇଛି । କମ୍ପାନୀ ନ୍ୟୁଜ ଏଜେନ୍ସି ରୟଟର୍ସକୁ ଏହି ସୂଚନା ଦେଇଛି । କମ୍ପାନୀ କହିଛି ଯେ, ବୁଧବାର ଭାରତରେ ଡିସିଜିଆଇଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
କମ୍ପାନୀ କହିଛି ଯେ, ଏବେ ଆବେଦନକୁ ଫେରସ୍ତ ନିଆଯାଇଛି । ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପରେ ଅତିରିକ୍ତ ତଥ୍ୟ ସହ ପୁଣି ଆବେଦନ କରାଯିବ । ବ୍ରିଟେନ, ବହରୀନ, କାନାଡା ସମେତ ଅମେକ ଦେଶ ପୂର୍ବରୁ ଫାଇଜର ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି । ବର୍ତ୍ତମାନ ଡିସିଜିଆଇ କୋଭାକ୍ସିନ୍ ଓ କୋଭିସିଲ୍ଡକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । କୋଭିସିଲ୍ଡକୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା ବେଳେ ଏହାର ପ୍ରସ୍ତୁତି ପୁଣେର ସିରମ ଇନଷ୍ଟିଚ୍ୟୁଟରେ ହେଉଛି । ସେହିପରି କୋଭାକ୍ସିନକୁ ଭାରତ ବାୟୋଟେକ୍ ଓ ଆଇସିଏମଆର ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହାର ନିର୍ମାଣ ହାଇଦ୍ରାବାଦରେ ହେଉଛି । ସେହିପରି ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜାନୁଆରୀ ୧୬ରୁ ଆରମ୍ଭ ହୋଇସାରିଛି ।