ଭୁବନେଶ୍ୱର : ମହାନଦୀ ଜଳ ବିବାଦରେ ଓଡ଼ିଶା ସରକାରଙ୍କ ଭୂମିକା ଯେପରି ନିରୁତ୍ସାହଜନକ, ସେହିପରି କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ନିଜର ଲଢ଼େଇକୁ ତୀବ୍ରତର କରିପାରୁ ନାହାଁନ୍ତି। ବିଜୁ ଜନତା ଦଳ ସରକାର କେନ୍ଦ୍ରର ବିଜେପି ସରକାରର ସମସ୍ତ ନୀତି ନିଷ୍ପତ୍ତିକୁ ନିଃସର୍ତ୍ତ ସମର୍ଥନ ଦେଉଥିବା ବେଳେ ଓଡ଼ିଶାର ଦାବି ହାସଲ କ୍ଷେତ୍ରରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ତାହା ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଦୀର୍ଘଦିନ ଧରି କୋଟିଆ ଅଞ୍ଚଳକୁ ନେଇ ବିବାଦ ଚାଲିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଘୋଷଣା କରି ଆନ୍ଧ୍ର ନିର୍ବାଚନରେ ଓଡ଼ିଶାର କୋଟିଆ ପଞ୍ଚୟତକୁ ଅନ୍ତର୍ଭୁକ୍ତ କରିବା ଏବଂ ବିଜେଡ଼ି ଓ ବିଜେପି ଏଥିପ୍ରତି ନୀରବଦ୍ରଷ୍ଟା ସାଜିବା ଘଟଣା ଓଡ଼ିଶା ପ୍ରତି ବିଶ୍ୱାସଘାତକତା ବୋଲି ନିରଞ୍ଜନ କହିଛନ୍ତି। ଆଗାମୀ ୧୩ ତାରିଖରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ନିରଞ୍ଜନ ଅନୁରୋଧ କରିଛନ୍ତି। ନଚେତ ଓଡ଼ିଶାର ୨୧ଟି ଗ୍ରାମକୁ ଆନ୍ଧ୍ର ମାଡ଼ି ବସିବ ବୋଲି ସେ ଏକ ପ୍ରେସ ବିଜ୍ଞପ୍ତିରେ ସତର୍କ କରାଇ ଦେଇଛନ୍ତି।
Related Stories
November 14, 2024