ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ) : ଚିନ୍ତା ବଢ଼ାଉଛି କରୋନା ର ବିଦେଶୀ ଷ୍ଟ୍ରେନ । କୋଭିଡ ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କ ତରଫରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । ଯେଉଁମାନଙ୍କ ଠାରେ ଲକ୍ଷଣ ଦେଖାଯାଉଛି , ସେମାନଙ୍କର କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହୋଇଛି । ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ଭରୂଡ ଭେଙ୍କଟେଶ୍ୱରର ରାଓ ଏହା ଜଣାଇଛନ୍ତି ।ଓଡ଼ିଶାରେ କରୋନା ସ୍ଥିତି ଧିରେ ଧିରେ ସୁଧୁରୁଥିବା ବେଳେ ଏବେ ବିଦେଶୀ କରୋନା ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ବିଏମସି ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣି ସ୍କ୍ରିନିଂ ଆରମ୍ଭ ହୋଇଛି । ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଚଣ୍ଡୀଗଡ଼ ପ୍ରଭୃତି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି ।କରୋନା କଟକଣାକୁ କଡାକଡି କରାଯାଇଛି ।ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଟେଷ୍ଟିଂ ପଏଣ୍ଟ ଜରିଆରେ ବିଦେଶ ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଯେଉଁ ମାନଙ୍କ ଠାରେ ଲକ୍ଷଣ ଦେଖାଦେବ ସେମାନଙ୍କ କରୋନା ଟେଷ୍ଟ କରାଯିବା ବାଧ୍ୟତାମୂଳକ କରାଯାଇଛି ଓ ସେମାନଙ୍କୁ ଆଇସୋଲେସନରେ ରଖାଯିବ । ପୂର୍ବରୁ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି । ବର୍ତ୍ତମାନ ପ୍ରତିଦିନ ରାଜ୍ୟ ବାହାରୁ ପ୍ରାୟ ଚାରି ହଜାର ଯାତ୍ରୀ ଓଡିଶା ଆସୁଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରକୁ ପ୍ରତିଦିନ ପ୍ରାୟ ୩୨ ଟି ବିମାନ ଯାତାୟତ କରୁଥିବା ସୂଚନା ମିଳିଛି।
Related Stories
November 14, 2024