ନୂଆଦିଲ୍ଲୀ : କରୋନା ଟିକା ନେଇଥିବା ପ୍ରାୟ ୯୭ ପ୍ରତିଶତ ବ୍ୟକ୍ତି ଏହାକୁ ଫଳପ୍ରଦ ବୋଲି କହିଛନ୍ତି । ସେମାନେ କରୋନା ଟିକାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ତେବେ ୧୧ ପ୍ରତିଶତ ବ୍ୟକ୍ତି ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ କୌଣସି ସୂଚନା ଦେଇନାହାଁନ୍ତି । ତେବେ କେନ୍ଦ୍ର ସରକାର ୩୭ ଲକ୍ଷ ଟିକା ନେଇଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଫିଡବ୍ୟାକ୍ ମାଗିଥିବା ବେଳେ ୫,୧୨,୧୨୮ଜଣ ଏହାର ଉତ୍ତର ରଖିଥିଲେ । ଟିକା ନେଇଥିବା ବ୍ୟକ୍ତି ରଖିଥିବା ଜବାବ ଅନୁସାରେ, ୯୭.୪ ପ୍ରତିଶତ ସାମାଜିକ ଦୂରତା ରକ୍ଷା କରୁଛନ୍ତି । ୯୮.୪ ପ୍ରତିଶତ ବଭିନ୍ନ ପ୍ରକ୍ରିୟା ବାବଦରେ ସୂଚନା ଦେଇଛନ୍ତି । ୯୭.୧ ପ୍ରତିଶତଙ୍କୁ ଭାକସିନ୍ ନେବାର ୩୦ ମିନିଟ୍ ଯାଏଁ ଅପେକ୍ଷା କରିବାକୁ କୁହାଯାଇଥିଲା । ତେବେ ୯୭.୪ ପ୍ରତିଶତ ଭାକସିନକୁ ନେଇ ସନ୍ତୁଷ୍ଟ ଥିବା ସୂଚନା ଦେଇଛନ୍ତି । ସେହିପରି ୩୪ ଜଣ ବ୍ୟକ୍ତି ଟିକା ନେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୮୫୬୩ଜଣ ପାର୍ଶ୍ୱପ୍ରତିକ୍ରିୟା ବାବଦରେ ଅଭିଯୋଗ କରିଥିଲେ ।ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି ଯେ, ଟିକାକରଣକୁ ନେଇ ଏକ ଡିଜିଟାଲ ପ୍ରୋସେସ ରହିଛି । ସେଥିରେ ସମସ୍ତ ତଥ୍ୟ ଅପଡେଟ୍ କରାଯାଉଛି । ତେବେ ଟିକା ନେବା ପରେ ୧୯ ଜଣ ପ୍ରାଣ ହରାଇଛନ୍ତି । କିନ୍ତୁ ଟିକା ପାଇଁ ନୁହେଁ ଅନ୍ୟ କାରଣ ପାଇଁ ସେମାନଙ୍କର ମୃତ୍ୟୁ ହୋଇଛି ।ଟିକାର ପ୍ରଥମ ଡୋଜ୍ ୯୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୪୩.୭ ଲକ୍ଷଙ୍କୁ ଦିଆଯାଇଛି । ଟିକାର ଦ୍ୱିତୀୟ ଡୋଜ୍ ଫେବ୍ରୁଆରୀ ୧୩ରୁ ପ୍ରଦାନ କରାଯିବ । ଶୁକ୍ରବାର ସୁଦ୍ଧା ଦେଶରେ ୫୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ସାରିଥିବ ବୋଲି ସରକାର ଆଶା ରଖିଛନ୍ତି । ଏବେସୁଦ୍ଧା ୫୯୧୨ଟି ସରକାରୀ ଓ ୧୨୩୯ଟି ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । କୋ-ଓ୍ୱିନ୍ ସିଷ୍ଟମରେ ସମସ୍ତ ଘଟଣାର ତଦାରଖ କରାଯାଉଛି ।
Related Stories
November 14, 2024