ଭୁବନେଶ୍ୱର : ବର୍ତ୍ତମାନ ଡିଜିଟାଲ ଯୁଗରେ ଅନ୍ଲାଇନ୍ ସେବା ପ୍ରତି ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି । ଓଡ଼ିଶାରେ ମଧ୍ୟ ଅନ୍ଲାଇନ୍ ସେବାର ଚାହିଦା ବୃଦ୍ଧି ପାଉଥିଲେ ହେଁ ସବୁ ଅଞ୍ଚଳରେ ଏହି ସୁବିଧା ପହଞ୍ଚି ପାରୁନି । ଅନ୍ଲାଇନ୍ ଜରିଆରେ ଲୋକଙ୍କ ପାଖରେ ସୁଲଭ ଓ ବଜାର ଦର ଠାରୁ କମ୍ ମୂଲ୍ୟରେ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ‘କୁଚୁ କେୟାର’ । ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ଏସ୍ପ୍ଲାନେଡ୍ ମଲ୍ରେ ବିଶ୍ୱର ଅଗ୍ରଣୀ ଅନ୍ଲାଇନ୍ ସାମଗ୍ରୀ ବିକ୍ରୟ ସଂସ୍ଥା ‘ଆମାଜନ୍’ର ଇଜି ସେଲ୍ କର୍ପୋରେଟ୍ ଅଫିସ ‘କୁଚୁ କେୟାର’ ଲୋକାର୍ପିତ ହୋଇଯାଇଛି । ‘କୁଚୁ କେୟାର’ ର ସଂସ୍ଥାପକ ସଂଗ୍ରାମ କେଶରୀ ପଟ୍ଟନାୟକ ଏହି କର୍ପୋରେଟ୍ ଅଫିସ୍କୁ ଶୁଭାରମ୍ଭ କରିବା ସହ ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ‘ଆମାଜନ’ର ଇଜି ସେଲ୍ କର୍ପୋରେଟ୍ ଅଫିସର ଲକ୍ଷ୍ୟ ସଂକ୍ରାନ୍ତରେ ଅବଗତ କରାଇଥିଲେ । ଶ୍ରୀ ପଟ୍ଟନାୟକ କହିଛନ୍ତି, ଅନ୍ଲାଇନ୍ ସେବାର ଚାହିଦା ବୃଦ୍ଧି ପାଉଥିବା ବେଳେ ଲୋକେ ଏହା ଉପରେ ସଚେତନ ହେବାର ଆବଶ୍ୟକତା ରହିଛି । ଜନସାଧାରଣଙ୍କୁ ଅନ୍ଲାଇନ୍ ସେବା ବିଷୟରେ ସଚେତନ ଓ ପରାମର୍ଶ ପ୍ରଦାନ କରିବାରେ ଏହି କର୍ପୋରେଟ୍ ଅଫିସ କାର୍ଯ୍ୟ କରିବ । କିଭଳି ଲୋକେ ଉଚିତ୍ ମୂଲ୍ୟରେ ନିଜ ହାତପାହାନ୍ତାରେ ସାମଗ୍ରୀ ପାଇପାରିବେ, ତାହା ଆମର ମୁଖ୍ୟ ଦାୟିତ୍ୱ ହେବ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟର ସବୁ ପ୍ରମୁଖ ମାର୍କେଟ୍ରେ ‘ଆମାଜନ୍’ ଇଜି ସେଲ୍ର ରିଟେଲ୍ ଷ୍ଟୋର୍ ଖୋଲାଯିବ । ଲୋକଙ୍କ ଭିତରେ ‘ଆମାଜନ୍’ ବ୍ରାଣ୍ଡ୍ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଛି । ଏହାର ବିଶ୍ୱସନୀୟତା ଗାଁଠୁ ସହର ସବୁଠି ପରିବ୍ୟାପ୍ତ । ଅନ୍ଲାଇନ୍ ସେବା କ୍ଷେତ୍ରରେ ବିପ୍ଳବ ଆଣିଥିବା ‘ଆମାଜନ’ର ଷ୍ଟୋର୍ରେ ସବୁ ସାମଗ୍ରୀ ଉପଲବ୍ଧ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ‘ଆମାଜନ’ ରିଟେଲ୍ ଷ୍ଟୋର୍ରୁ ହେଉ କିମ୍ବା ଅନ୍ଲାଇନ୍ରେ ଅର୍ଡର ବୁକିଂ କରି, ଗ୍ରାହକ ସମସ୍ତ ସାମଗ୍ରୀ ମାର୍କେଟ୍ ଦର ଠାରୁ କମ୍ ମୂଲ୍ୟରେ ପାଇପାରିବେ । ତେଣୁ ଲୋକେ ଅନ୍ଲାଇନ୍ରେ ନିଜେ ଘରକୁ ଜିନିଷ ଅର୍ଡର କରିପାରିବେ ଏବଂ ରିଟେଲ୍ ଷ୍ଟୋର୍କୁ ଯାଇ ମଧ୍ୟ ସାମଗ୍ରୀ କ୍ରୟ କରିପାରିବେ । ଖୁବ୍ଶୀଘ୍ର ଆମର ଡିଷ୍ଟ୍ରିବ୍ୟୁଟର୍ମାନେ ନିଜ ନିଜ ଅଞ୍ଚଳରେ ଏହି ସୁବିଧା ଯୋଗାଇ ଦେବେ ।
Related Stories
December 1, 2024
November 25, 2024