ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ): ମହାମାରୀ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ଏମ ଓ ୟୁ ଅନୁଯାଇ ସମସ୍ତ ଘରୋଇ ସ୍କୁଲରେ ଫୀ ଛାଡ଼ କରି ଆଦାୟ କରିବା କଥା l ହେଲେ କେତେକ ସ୍କୁଲ ଏହି ନିର୍ଦେଶକୁ ନ ମାନି ପିଲାମାନଙ୍କୁ ପାଠ ପଢ଼ା ଓ ପରୀକ୍ଷାରୁ ବଞ୍ଚିତ କରିବା ଆଦି ଘଟଣା ସାମ୍ନାକୁ ଆସୁଛି l ଆଜି ଏପରି ମନାମାନୀ ବିରୋଧରେ ଓଡିଶା ଅଭିଭାବକ ମହାସଂଘର ସାଧାରଣ ସମ୍ପାଦକ ଅଶୋକ ପାଇକରାୟଙ୍କ ନେତୃତ୍ୱରେ ଦୁଇଶହରୁ ଅଧିକ ଅଭିଭାବକ ଚନ୍ଦ୍ରଶେଖରପୁର ପଟିଆ ଭେଙ୍କଟେଶ୍ୱର ସ୍କୁଲ ଆଗରେ ଧାରଣା ଦେଇଥିଲେ l ସ୍କୁଲର ସୁରକ୍ଷା କର୍ମୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆନ୍ଦୋଳନ ସମୟର ଫୋଟୋ ଓ ଭିଡିଓ କରିବାକୁ ନେଇ ବଚସା ଓ ଧସ୍ତାଧସି ହୋଇଥିଲା l ପରିସ୍ଥିତି ଏପରି ହୋଇଥିଲା ଯେ କଥା ଚନ୍ଦ୍ରଶେଖରପୁର ଥାନାରେ ପହଂଚିଥିଲା l ଥାନାଧିକାରୀ ଉଭୟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ପକ୍ଷଙ୍କୁ ମଙ୍ଗଳବାର ଡକାଇ ଆଲୋଚନା କରିବାକୁ ନିଷ୍ପତ୍ତି ହେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି l ପ୍ରକାଶ ଥାଉକି ସ୍କୁଲ ମାନଙ୍କର ଏହି ମନୋମୁଖୀ,ମୁନlଫାଖୋରୀ ଓ କୋର୍ଟ ଆଦେଶ ଅବମାନନା ବିରୁଦ୍ଧରେ ଏବଂ ବିଭାଗୀୟ ଉଦାସୀନତା, ନିଷ୍କ୍ରିୟତା ପରିପ୍ରେକ୍ଷୀରେ ଭୁବନେଶ୍ୱର ବି ଇ ଓ ଅଫିସ ଆଗରେ ମଙ୍ଗଳବାର ଧାରଣା କାର୍ଯ୍ୟକ୍ରମ ରହିଛି l ଆଜିର ଏହି ଧାରଣାରେ ଓଡିଶା ଅଭିଭାବକ ମହାସଂଘ ଓ ଭେଙ୍କଟେଶ୍ୱର ସ୍କୁଲ ଅଭିଭାବକ ସଙ୍ଘର ଶତାଧିକ ଅଭିଭାବକ ମାନେ ଯୋଗ ଦେଇଥିଲେ l
Related Stories
October 27, 2024
September 30, 2024