ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସୋସିଆଲ୍ ମିଡିଆ ଇନ୍ଷ୍ଟାଗ୍ରାମ୍ରେ ଆଉଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ପ୍ରଥମ ଏସୀୟ ସେଲିବ୍ରିଟି ଓ ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ ୧୦କୋଟି ଅନୁଗାମୀ କ୍ଲବ୍ରେ ସାମିଲ ହୋଇଛନ୍ତି ।ଏଥିସହ ସେ ପପ୍ ଷ୍ଟାର୍ ଡେମି ଲୋଭୋଟୋ ୯୫ମିଲିୟନ ଏବଂ ସ୍ପାନିଶ୍ ଫୁଟବଲ୍ କ୍ଲବ୍ ରିୟଲ ମାଦ୍ରିଦ ୯୫ମିଲିୟନ ଓ ବାର୍ସେଲୋନା ୯୪ କୁ ପଛରେ ପକାଇ ଦେଇଛନ୍ତି । ଏସୀୟ ସେଲିବ୍ରିଟି ଭାବେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୬୦.୮ ମିଲିୟନ ଦ୍ୱିତୀୟ ଏବଂ ଶ୍ରଦ୍ଧା କପୁର ୫୮ମିଲିୟନ ତୃତୀୟ ସ୍ଥାନରେ ରହିଛନ୍ତି ।ଇନ୍ଷ୍ଟାଗ୍ରାମ୍ରେ ସବୁଠୁ ଲୋକପ୍ରିୟ ସେଲିବ୍ରିଟି ହେଉଛନ୍ତି ପର୍ତ୍ତୁଗାଲ୍ର ଷ୍ଟାର୍ ଫୁଟବଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ । ଏବଂ ତାଙ୍କର ୨୬୬ ମିଲିୟନ ଅନୁଗାମୀ ରହିଛନ୍ତି । ସେହିପରି ଆମେରିକାର ପ୍ରସିଦ୍ଧ ଗାୟିକା ଆରିୟାନା ଗ୍ରାଣ୍ଡେ ୨୨୪ମିଲିୟନ ଦ୍ୱିତୀୟ, ବାର୍ସେଲୋନା ଅଧିନାୟକ ଲିଓନେଲ ମେସି ୧୮୭ମିଲିୟନ ତୃତୀୟ ସ୍ଥାନରେ ରହିଛନ୍ତି ।
Related Stories
February 11, 2023
January 23, 2023