ଯାଜପୁର (ରତ୍ନଗିରି ନ୍ୟୁଜ୍) : ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତ ଇଚ୍ଛାପୁର ଗ୍ରାମ ଗ୍ରାମେଶ୍ୱର ଶଙ୍କରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପ୍ରତି ବର୍ଷ ପରି ଚଳିତ ବର୍ଷ ରାଧାମାଧବଙ୍କ ଅଷ୍ଟମ ପ୍ରହରୀ ନାମ ସଂକୀର୍ତନ ଅନୁଷ୍ଠିତ ହୋଇଅଛି । ଗତ ସୋମବାର ନାମ ସଂକୀର୍ତନ ର ଅଧିବାସ କାଯ୍ୟ ସୁଚାରୁ ରୁପେ ଆରମ୍ଭ ହୋଇଥିବା ବେଳେ ଆଜି ରାଧେ ଗୋବିନ୍ଦ ଜୟ, ଶ୍ରୀ ରାଧେ ଗୋବିନ୍ଦ ଜୟ ନାମରେ ସମଗ୍ର ଗ୍ରାମବାସୀରେ ନାମ ପ୍ରସାରିତ ଆରମ୍ଭ ହୋଇ ଏହା ଆସନ୍ତା କାଲି ପଯ୍ୟନ୍ତ ଜାରି ରହିବ ଓ ଆସନ୍ତା କାଲି ନଗର ପରିକ୍ରମା ସୁଚାରୁ ରୁପେ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି । ଗତ ବର୍ଷ କୋଭିଡ ପାଇଁ ଏହି ନାମ ସଂକୀର୍ତ୍ତନ ହୋଇ ନଥିଲା ।
Related Stories
November 14, 2024