ୟୁନାଇଟେଡ୍ କିଙ୍ଗ୍ଡମ୍ ବା ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଦେଶର ସମସ୍ତ ବିଦ୍ୟାଳୟ ଖୋଲାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍ ପାଇଁ ସ୍କୁଲ୍ଗୁଡ଼ିକୁ ଦୀର୍ଘଦିନ ଧରି ବନ୍ଦ ରଖାଯାଇଥିଲା । ତେବେ କରୋନା କଟକଣା ସହିତ ମାର୍ଚ୍ଚ ମାସ ୮ ତାରିଖରୁ ଇଂଲଣ୍ଡର ସମସ୍ତ ସ୍କୁଲ୍ ଖୋଲାଯିବ ବୋଲି ସେ କହିଛନ୍ତି ।ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲାଯିବା ସହିତ ଜନସାଧାରଣ କେବଳ ଜଣଙ୍କୁ ଜଣେ କଫି ଷ୍ଟଲ୍, ଘର ବାହାରେ, ଏବଂ ସ୍କୁଲ୍ କାର୍ଯ୍ୟକ୍ରମ ସରିବା ପରେ ସାକ୍ଷାତ କରିପାରିବେ । ଏଥି ସହିତ ବହାରେ ବୁଲିଯିବା ପାଇଁ ଯୋଜନା କରିବା ସହିତ ଲୋକମାନେ ସେମାନଙ୍କର ବାହାର କାମ ଏହି ତାରିଖରୁ କରିପାରିବେ ବୋଲି ଏହି ଘୋଷଣା ସହିତ ଜଡ଼ିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।ସଂସଦରେ ରଖିଥିବା ଏକ ବିବୃତ୍ତିରେ ଜନ୍ସନ୍ ସୋମବାର କହିଛନ୍ତି ଯେ, ମାର୍ଚ୍ଚ ୨୯ ତାରିଖକୁ ଲକ୍ଡାଉନ୍କୁ ଅଧିକ କୋହଳ କରାଯିବ । ବାହାରେ ୬ଜଣରୁ ଅଧିକ ଲୋକ ଏକାଠି ହୋଇପାରିବା ସହିତ ଦୁଇଟି ପରିବାର ଏକାଠି ହୋଇପାରିବେ ଏବଂ କିଛି କ୍ରୀଡ଼ା ଯଥା ଟେନିସ୍ ଓ ଫୁଟ୍ବଲ୍ ଆଦିକୁ ଅନୁମତି ଦିଆଯିବ ।ତେବେ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ନେଇ ଅଭିଭାବକମାନେ ସ୍ୱାଗତ କରିଛନ୍ତି । ଜାନୁଆରୀରେ ଲଗାଯାଇଥିବା ତୃତୀୟ ପର୍ଯ୍ୟାୟ ଲକ୍ଡାଇନ୍ ପରେ ସେମାନେ ଘରେ ରହି କାମ କରୁଥିଲେ । ତେଣୁ ପିଲାଙ୍କୁ ସ୍କୁଲ୍କୁ ପଠାଇ ସେମାନେ ଠିକ୍ରେ କାମ କରିପାରିବେ ବୋଲି ପ୍ରକାଶ କରିଛନ୍ତି ।
Related Stories
November 14, 2024