ଯାଜପୁର (ରତ୍ନଗିରି ନ୍ୟୁଜ): ବରୀ ବ୍ଲକ ଅରଙ୍ଗାବାଦ ପଞ୍ଚାୟତ ଆନନ୍ଦପୁର ଠାରେ ଗୌରାଙ୍ଗ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଙ୍କ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଗତ କାଲି ସନ୍ଧ୍ୟା ୭ ଟାରେ ମହାପ୍ରଭୁ ଙ୍କ ଅଧିବାସ କାର୍ଯ୍ୟ ଆରମ୍ଭ ହୋଇ ରାତ୍ର ପ୍ରହର ହୋଇଥିଲା । ଆଜି ସକାଳ ୬.୩୦ ମିନିଟ୍ ରେ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଯାଇଛି ଗତ କାଲି ସକାଳ ୭ ଟା ପର୍ଯ୍ୟନ୍ତ ମହାପ୍ରଭୁ ଙ୍କ ନାମ ସଙ୍କୀର୍ତ୍ତନ ଚାଲିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଧ୍ୟା ଆଳତି ପରେ ଆଖ ପାଖ ଅଞ୍ଚଳରୁ ଆସିଥିବା କୀର୍ତ୍ତନ ମଣ୍ଡଳୀ ଙ୍କ ପକ୍ଷରୁ ମହାପ୍ରଭୂଙ୍କ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ କୋଭିଡ଼ନୀୟମଅନୁଯାୟୀ ମହାପ୍ରଭୁଙ୍କ ସମସ୍ତ ନୀତିରିତି କାର୍ଯ୍ୟ ସମାପନ ହେବ ବୋଲି ଜଣା ପଡିଛି।ପ୍ରକାଶ ଥାଉ କି ଏହି ନାମ ସଙ୍କୀର୍ତ୍ତନ ଆନନ୍ଦପୁର ଗ୍ରାମ ରେ ୧୨ ବର୍ଷ ରେ ପଦାର୍ପଣ କରିଛି ଗ୍ରାମ ବାସୀ ଙ୍କ ସାହଯ୍ୟ ସହଯୋଗ ରେ ଏହା ସମ୍ଭବ ହୋଇପାରିଛି ମହାପ୍ରଭୁଙ୍କ ଆପାର କୃପା ରହିଲେ ଏହା ସବୁ ବର୍ଷ ହୋଇପାରିବ ବୋଲି ଗ୍ରାବାସୀମାନେ କହିଛନ୍ତି। ଅନିଲ କୁମାର ମହାନ୍ତି କର୍ତ୍ତା ହୋଇଥିବା ବେଳେ ଗ୍ରାମ ର ହୂର୍ଷିକେଶ ବାରିକ୍, ଶିବ ପ୍ରସାଦ ବାରିକ୍, ଶାଶ୍ଵତ ଦାସ, ଦିଲୀପ ପାଢ଼ୀ , ଦୁର୍ଗା ଚରଣ ପାଢ଼ୀ, ଚନ୍ଦ୍ରଜିତ୍ ମହାନ୍ତି, ମନୋଜ ମହାନ୍ତି , ସୁନିଲ ବାରିକ୍, ସତ୍ୟଜିତ ପାଢ଼ୀ ମାନେ କଳସ ସ୍ଥାପନ କରିଥିବା ବେଳେ ଗ୍ରାମ ରେ ସମସ୍ତ ବ୍ୟକ୍ତି ଉପସ୍ଥିତ ଥିଲେ ।
Related Stories
November 14, 2024