ଭୁବନେଶ୍ୱର : ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ଯିବେ । ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିବା ସହ ସେଠାରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ବୋଲି ଜଣ ପଡିଛି । ଆଜି ପୂର୍ବାହ୍ନ ୯ଟାରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ କାରକେଡ୍ ରାଜ୍ୟପାଳ ଭବନରରୁ ବାହାରି ୯ ଟା ୫ରେ ବିମାନ ବନ୍ଦରରେ ପହଞ୍ଚିବ। ସେଠାରୁ ୯ ଟା ୧୫ରେ ଝାରସୁଗୁଡା ବିମାନ ବନ୍ଦର ଅଭିମୁଖେ ତାଙ୍କ ବିମାନ ଉଡ଼ାଣ ଭରିବ । ୯ ଟା ୫୫ରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବିମାନ ପହଞ୍ଚିବ । ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର (ଆଇଏଏଫ୍-ଏମ୍ଆଇ୧୭)ରେ ରାଷ୍ଟ୍ରପତି ରାଉରକେଲା ଅଭିମୁଖେ ଯାତ୍ରା କରିବେ । ପୂର୍ବାହ୍ନ ୧୦ଟା ୩୫ରେ ରାଉରକେଲା ଏୟାରଷ୍ଟ୍ରିପ୍ରେ ଅବତରଣ କଲା ପରେ ସେଠାରୁ ରାଷ୍ଟ୍ରପତି ରାଉରକେଲା ଏନ୍ଆଇଟି କ୍ୟାମ୍ପସ୍କୁ ଯିବେ । ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହିବେ ।
ଏହାପରେ ୧୨ଟା ୧୦ ମିନିଟ୍ରେ ରାଉରକେଲା ହାଉସ୍ରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ । ସେଠାରେ କିଛି ସମୟ ବିଶ୍ରାମ ନେଇ ୩ ଟା ୧୫ ମିନିଟ୍ରୁ ୩ ଟା ୩୦ ମିନିଟ୍ ପର୍ଯ୍ୟନ୍ତି କିଛି ବ୍ୟକ୍ତିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୩ଟା ୩୦ରେ ରାଉରକେଲା ହାଉସ୍ରୁ ବାହାରି ଆରଏସ୍ପି ଅଭିମୁଖେ ଯିବେ । ୩ଟା ୪୫ରୁ ୪ଟା ୩୦ ଭିତରେ ରାଷ୍ଟ୍ରପତି ଆରଏସ୍ପି ପରିସରରେ ଥିବା ରାଉରକେଲା ସୁପର ସ୍ପେସିଆଲିଟି ହସ୍ପିଟାଲ୍କୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ସେଠାରୁ ୪ଟା ୩୦ରୁ ବାହାରି ୪ଟା ୪୦ ମିନିଟ୍ରେ ରାଉରକେଲା ଏୟାରଷ୍ଟ୍ରିପ୍ରେ ପହଞ୍ଚିବେ । ୫ଟା ୩୦ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବ ପରେ ୫ଟା ୪୦ରେ ଆଇଏଏଫ୍ ବିବିଜେ ବିମାନରେ ଭୁବନେଶ୍ୱର ଅଭିମୁଖେ ଉଡାଣ ଭରିବେ । ୬ ଟା ୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ରାଜଭବନରେ ଯିବେ ।
୨୨ ତାରିଖ ତାରିଖ ସକାଳୁ ଭୁବନେଶ୍ୱରରୁ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନରେ ବାହାରିବେ । ଭୁବନେଶ୍ୱର ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ବାହାରି ତାଳବଣିଆ ହେଲିପ୍ୟାଡ ପହଞ୍ଚିବେ ସକାଳ ୮ଟା ୪୫ରେ । ସେଠାରୁ କାରକେଡ୍ରେ ଯିବେ ଶ୍ରୀମନ୍ଦିରକୁ । ସକାଳ ୯ଟା ୫ରେ ଶ୍ରୀମନ୍ଦିରରେ ପହଞ୍ଚିବେ । ପୂର୍ବାହ୍ନ ୧୦ଟା ୫ରେ ଶ୍ରୀମନ୍ଦିର ଛାଡ଼ି ହେଲିପ୍ୟାଡ୍ରେ ପହଞ୍ଚି କୋଣାର୍କ ଯାତ୍ରା କରିବେ । ୧୦ଟା ୨୫ରେ କୋଣାର୍କରେ ଅବତରଣ କରିବେ । ଦିନ ୧୦ଟା ୪୫ରୁ ୧୧ଟା ୧୫ ପର୍ଯ୍ୟନ୍ତ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ୧୧ଟା ୩୦ ମିନିଟରେ ଆଇଓସିଏଲ ଇଣ୍ଟରପ୍ରିଟେସନ ସେଣ୍ଟର ପରିଦର୍ଶନ କରିବେ । ମଧ୍ୟାହ୍ନ ୧୨ଟା ୫ରେ କୋଣାର୍କ ଯାତ୍ରୀ ନିବାସରେ ଭୋଜନ କରି ସେଠାରେ ସେ ଅପରାହ୍ଣ ୪ଟା ଯାଏ ବିଶ୍ରାମ କରିବେ । ୪ଟା ୧୫ରେ ହେଲିକ୍ୟାପ୍ଟରରେ ଭୁବନେଶ୍ୱର ଫେରିବେ । ସେଠାରୁ ଦିଲ୍ଳୀ ଫେରିଯିବା କାର୍ଯ୍ୟକ୍ରମ ରହିଛି । ଏନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି ।
ରାଷ୍ଟ୍ରପତିଙ୍କ ଆଗମନକୁ ଆଖିରେ ରଖି କମିଶନରେଟ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି । ୩୦ ପ୍ଲାଟୁନ ଫୋର୍ସ, ହୋମଗାର୍ଡ ଅନ୍ୟ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସୁରକ୍ଷା ତଦାରଖ ଲାଗି ୧୦୦ରୁ ଅଧିକ ଅଫିସର, ୮ ଜଣ ଅତିରିକ୍ତ ଏସପି, ୧୨ ଏସିପି, ୧୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି ।