ଯାଜପୁର : ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ଅମଠପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ଅନୁଷ୍ଠିତ ଉପନିର୍ବାଚନ ଶୃଙ୍ଖଳାର ସହ ଶେଷ ହୋଇଥିବା ଜଣାପଡ଼ିଛି l ଆସନ୍ତା କଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ଉପନିର୍ବାଚନ ନିମନ୍ତେ ସକାଳ 7 ଟା ରୁ ଆରମ୍ଭ ହୋଇ ମତଦାନ ଦିନ 12ଟା ଯାଏ ଚାଲିଥିଲା l 15 ଟି ବୁଥରେ ମତଦାନ କରାଯାଇଥିବା ବେଳେ 81 ପ୍ରତିଶତ ଭୋଟର ସେମାନଙ୍କ ଭୋଟ ଦେଇଛନ୍ତି l ଭୋଟ ଶାନ୍ତିଶୃଙ୍ଖଳା ର ସହ ଶେଷ ହୋଇଥିବା ନିର୍ବାଚନ ଅଧିକାରୀ ଥିବା ବରୀ ବିଡିଓ ଶିବାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l 3 ହାଜର 6 ସହ 51 ଜଣ ଭୋଟର ଥିବା ବେଳେ ମତଦାନ ଶେଷ ସୁଦ୍ଧା 2966 ଖଣ୍ଡ ଭୋଟ୍ ପଡିଥିବା ଜଣା ପଡିଛି l 1543 ପୁରୁଷ ଭୋଟ ଦେଇଥିବା ବେଳେ 1423 ଜଣ ମହିଳା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି l 1 ନମ୍ବର ବୁଥ୍ ରେ ସର୍ବାଧିକ 90 ପ୍ରତିଶତ ଭୋଟ୍ ହୋଇଥିବା ବେଳେ 6 ନମ୍ବର ବୁଥ୍ ରେ ସର୍ବନିମ୍ନ 67 ପ୍ରତିଶତ ମତଦାନ ହୋଇଥିଲା l ମମତା ଦାସ ବିଜେଡିରୁ ପାର୍ଥି ହୋଇଥିବା ବେଳେ କବିତା ଦାସ ବିଜେପି ଓ ଲିଜା ରାଣୀ ମଲ୍ଲିକ କଂଗ୍ରେସ ସମର୍ଥିତ ଭାବେ ଏହି ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ l ଏହି ଉପନିର୍ବାଚନ ପରିଚାଳନାରେ ବରୀ ବିଡ଼ିଓ ଶ୍ରୀ ସ୍ୱାଇଁଙ୍କ ସହ ଏବିଡିଓ ମହେଶ୍ୱର ସେଠୀ, ଜିପିଓ ଲକ୍ଷ୍ମୀକାନ୍ତ ମହାରଣା, ତହସିଲଦାର ସରୋଜକାନ୍ତ ନାୟକ, ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ l
Related Stories
November 14, 2024