ଅନ୍ତରୀକ୍ଷରେ ମହାଜାଗତିକ ଘଟଣା ପ୍ରତି ଋଚି ରଖୁଥିବା ଲୋକଙ୍କ ଲାଗି ଖୁସି ଖବର। ଫେବୃଆରୀ ମାସ ଆକାଶରେ ସର୍ବବୃହତ୍ତ ଓ ଗୁରୁତ୍ୱପୂର୍ଣ୍ଣ ଖଗୋଳୀୟ ଘଟଣା ସଂଘଟିତ ହେବାକୁ ଯାଉଛି। ଯେତେବେଳେ ଖାଲି ଆଖିରେ ଆମେ ପୃଥିବୀରୁ ବୃହସ୍ପତି, ଶୁକ୍ର ଓ ଶନିଗ୍ରହଙ୍କୁ ଦେଖିପାରିବା। ଏଥି ଲାଗି ଦୁରବିକ୍ଷଣର ମଧ୍ୟ ଆବଶ୍ୟକତା ପଡିବ ନାହିଁ।
ସକାଳେ ସୂର୍ୟ୍ୟୋଦୟର କିଛି ସମୟ ଆଗରୁ ପୂର୍ବାକାଶ ଦିଗବଳୟର ଠିକ୍ ଉପରେ ୩ ଗ୍ରହଙ୍କୁ ଦେଖିହେବ। ଯଦିଓ ସ୍ୱଳ୍ପ ସମୟ ଲାଗି ଗ୍ରହମାନେ ଦୃଶ୍ୟଗୋଚର ହେବେ ତେବେ ଏହା ଅତ୍ୟନ୍ତ ନୈସର୍ଗିକ ହେବ। ସୂର୍ଯ୍ୟଙ୍କୁ ପରିକ୍ରମା କରିବାରେ ପୃଥିବୀରୁ ଶୁକ୍ର ଆଗରେ ରହୁଛନ୍ତି। ତେବେ ବୃହସ୍ପତି ଓ ଶନି ଲକ୍ଷଲକ୍ଷ ମାଇଲ ଦୂରରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି।ପୂର୍ବାକାଶରେ ୩ ଗ୍ରହଙ୍କୁ ଫେବୃଆରୀ ୧୦ ତାରିଖ ସକାଳେ ସ୍ପଷ୍ଟ ଦେଖିହେବ। ପୃଥିବୀର ଶୁକ୍ର ନିକଟତମ ଗ୍ରହ ହୋଇଥିବାରୁ ଆକାଶରେ ଅଧିକ ସ୍ପଷ୍ଟ ଓ ଉଜ୍ଜ୍ୱଳ ଦେଖାଯିବେ। ତେବେ ବୃହସ୍ପତି ଓ ଶନି ମଧ୍ୟ ଚମକଦାର ହେବେ। କେବଳ ଭାରତରେ ନୁହେଁ ପୃଥିବୀର ଅନେକ ଦେଶରେ ଗ୍ରହଙ୍କ ଏପରି ଯୁତି ଦେଖିବାକୁ ମିଳିବ।
ଗତ ୯ ଓ ୧୦ ଜାନୁୟାରୀ ଅପରାହ୍ନରେ ସୂର୍ଯ୍ୟଙ୍କ ଅସ୍ତ ପରେ ପଶ୍ଚିମ ଆକାଶରେ ବୃହସ୍ପତି ଓ ଶନିଙ୍କ ସହ ଯୁକ୍ତ ହୋଇ ବୁଧ ତ୍ରିକୋଣ ସୃଷ୍ଟି କରିଥିଲେ। ଏହା ପୂର୍ବରୁ ଗତ ୨୧ ଡିସେମ୍ବର ୨୦୨୦ରେ ବୃହସ୍ପତି ଓ ଶନି ଅନ୍ତରୀକ୍ଷରେ ଖୁବ୍ ପାଖାପାଖି ହୋଇଥିଲେ। ପ୍ରାୟ ୪୦୦ ବର୍ଷ ପରେ ଏପରି ମହାଜାଗତିକ ଦୃଶ୍ୟ ମହାକାଶରେ ଦେଖା ଯାଇଥିଲା।
Related Stories
November 14, 2024