ଯାଜପୁର (ରତ୍ନଗିରି ନ୍ୟୁଜ) : ଆଜି ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ସହିଦ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପବିତ୍ରା ଜେନାଙ୍କ ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା।ଗତକାଲି ସେ ବିଦ୍ୟାଳୟ ରୁ ଶିକ୍ଷାଦାନ ସାରି ଘରକୁ ଫେରିବା ପରେ ରାତିରେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ।ପରିବାର ଲୋକେ ତାଙ୍କୁ ସ୍ଥାନୀୟ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି।ଆଜି ସକାଳୁ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା।ସେ ଜଣେ ମେଳାପୀ,ଛାତ୍ରବଚ୍ଛଳ ଓ ଧର୍ମପ୍ରଣାୟ ମହିଳା ଥିଲେ।ପରେ ଗ୍ରାମ ଶ୍ମଶାନ ରେ ଏକ ଶୋକାକୁଳ ପରିବେଶ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ତାଙ୍କ ବଡ ପୁଅ ରାଜେଶ ମୁଖାଗ୍ନି ଦେଇଥିବା ବେଳେ ସମସ୍ତ ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ।ତାଙ୍କ ଶେଷ କୃତ୍ୟ ସମାପନ ସମୟରେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ,ଏସ ଆର ସି ଉତ୍କଳ ଜେନା,ମନୋଜ କୁମାର ସାହୁ,ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ସାମଲ,ଆଡଭୋକେଟ ଅଭୟ ବେଉରିଆ,ସଞ୍ଜୟ ଧଳ ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 14, 2024